ବାତ୍ୟା ତାଉତେରେ ଏପର୍ଯ୍ୟନ୍ତ ୬ ଜଣଙ୍କର ମୃତ୍ୟୁ

ବ୍ରିହାନମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ପକ୍ଷରୁ କୁହାଯାଇଛି  ଯେ ବାତ୍ୟା ତାଉତେର ପ୍ରକୋପ ବୃଦ୍ଧି ହେବାରେ ଲାଗିଛି। ଏହି  ବିପଦକୁ ଦୃଷ୍ଟିରେ ରଖି ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବାନ୍ଦ୍ରା-ୱର୍ଲି ସାଗର ଲିଙ୍କ୍ ବନ୍ଦ କରାଯାଇଛି। ବିଏମସି ପକ୍ଷରୁ ଲୋକଙ୍କୁ ଅନ୍ୟ ମାର୍ଗରେ ଯିବାକୁ ପରାମର୍ଶ  ଦିଆଯାଇଛି। ବାତ୍ୟା ପାଇଁ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦର କୁ ସାମୟିକ ଭାବେ ବନ୍ଦ କରାଯାଇଛି।  ବିମାନଗୁଡ଼ିକ  ସକାଳ ୧୧ଟାରୁ ଆସନ୍ତାକାଲି ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ କରାଯାଇଛି।  ବାତ୍ୟା ପାଇଁ ଗତକାଲି କେରଳ, କର୍ଣ୍ଣାଟକ ଏବଂ ଗୋଆର ଉପକୂଳବର୍ତ୍ତୀ ଅଞ୍ଚଳରେ ବ୍ୟାପକ କ୍ଷତି ହୋଇଛି। ବର୍ତ୍ତମାନ ବାତ୍ୟା ଉତ୍ତର ଦିଗ ଗୁଜୁରାଟ ଆଡକୁ ଅଗ୍ରସର ହେଉଛି।  ଏହି ଘୂର୍ଣ୍ଣିବଳୟ ଯୋଗୁଁ ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ଏବଂ ପବନ ହୋଇଛି। ବାତ୍ୟା ପାଇଁ ବର୍ତ୍ତମାନ ସୁଦ୍ଧା ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଶହ ଶହ ଘର ନଷ୍ଟ ହୋଇଛି। ବିଦ୍ୟୁତ ଖୁଣ୍ଟିଗୁଡିକ ଅନେକ ସ୍ଥାନରେ ଭାଙ୍ଗି ପଡିଛି,  ଅନେକ ଜାଗାରେ ଗଛ ଉପୁଡ଼ିପଡ଼ିଛି,  ଲୋକମାନେ ଘର ଛାଡି ସୁରକ୍ଷିତ ସ୍ଥାନରେ ଯାଇ ଆଶ୍ରୟ ନେଇଛନ୍ତି। ଗୁଜୁରାଟ ଏବଂ ଡାମନଡିୟୁ ପାଇଁ ଆଇଏମଡି ପକ୍ଷରୁ ୟେଲ୍ଲୋ ଆଲର୍ଟ ଜାରି କରାଯାଇଛି।  ପାଣିପାଗ ବିଭାଗର ଚେତାବନୀ ଅନୁଯାୟୀ, ମେ ୧୮ ପର୍ଯ୍ୟନ୍ତ ପବନ ଘଣ୍ଟା ପ୍ରତି ୧୫୦ରୁ ୧୬୦ କିଲୋମିଟର ପର୍ଯ୍ୟନ୍ତ ରହିବ। ଗୁଜୁରାଟର ତଳିଆ ଅଞ୍ଚଳରୁ ଦେଢ଼ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି।  ଏହାର ମୁକାବିଲା ପାଇଁ ଏନଡିଆରଏଫ ଏବଂ ଏସଡିଆରଏଫର ୫୪ଟି ଟିମ୍ ନିୟୋଜିତ ହୋଇଛନ୍ତି।

Leave A Reply

Your email address will not be published.