ବିଶିଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତିଙ୍କ ଦେହାନ୍ତ

ଓଲିଉଡ଼ ଜଗତ ପାଇଁ କରୋନା ଆଉ ଏକ ଦୁଃଖ ଦେଇଗଲା । ଚାରିଦିନ ଭେଣ୍ଟିଲେଟରରେ ରହିବା ପରେ ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତିଙ୍କ ପରଲୋକ ଘଟିଛି । ମୃତ୍ୟୁବେଳକୁ ୬୩ବର୍ଷ ବୟସରେ ଅମରେନ୍ଦ୍ରଙ୍କ ଦେହାନ୍ତ ହୋଇଛି । ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଅମରେନ୍ଦ୍ରଙ୍କ ମୃତ୍ୟୁ ହୋଇଯାଇଛି । ଓଡିଆ ଚଳଚ୍ଚିତ୍ର ଜଗତରେ ବହୁ ଜଣାଶୁଣା ନାଁଟି ହେଉଛି ଅମରେନ୍ଦ୍ର ମହାନ୍ତି । ବହୁ ଭଜନ ଓ ହିଟ୍‌ ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି । ସେ କିଛି ତଳେ କରୋନାରେ ଆକ୍ରାନ୍ତରେ ହୋଇ ଘରେ ରହିଥିଲେ ବୋଲି ଝିଅ ଅନ୍ବେଷା ମହାନ୍ତି କହିଛନ୍ତି । ଜ୍ବର ନ ଛାଡିବା ଓ ଅଣନିଶ୍ବାସୀ ଅନୁଭବ କରିବାରୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ମେଡିକାଲରେ ଚିକିତ୍ସା ଜାରି ରହିଥିଲେ। କିନ୍ତୁ ସ୍ବାସ୍ଥ୍ୟବସ୍ଥା ଦିନକୁ ଦିନ ବିଗଡୁଥିବାରୁ ଭେଣ୍ଟିଲେଟରରେ ଚିକିତ୍ସିତ ଥିଲେ । ସ୍ବର୍ଗତ ଅମରେନ୍ଦ୍ର ମହାନ୍ତିଙ୍କ ଦେହାନ୍ତ ସଙ୍ଗୀତଜଗତ ପାଇଁ ଏକ ଅପୂରଣୀୟ କ୍ଷତି ଛାଡିଯାଇଥିବା ଜଣାପଡିଛି । 

Leave A Reply

Your email address will not be published.