ବିବାହର ମାତ୍ର ୬ ଦିନ ନ ପୂରୁଣୁ କାଳ ଘଟାଇଲା କରୋନା

ବିବାହର ମାତ୍ର ୬ ଦିନ ନ ପୂରୁଣୁ କାଳ ଘଟାଇଲା କରୋନା । କେନ୍ଦ୍ରାପଡା ଜିଲ୍ଲାର ପ୍ରଧାନପଡା ଗ୍ରାମ ଅନ୍ତର୍ଗତ ଦୁର୍ଗାଡିପଡା ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ଜଣକ ହେଲେ ସ୍ଥାନୀୟ ଅଞ୍ଚଳର ସଞ୍ଜୟ କୁମାର ନାୟକ ବୋଲି ଜଣାପଡିଛି। ସୂତ୍ରରୁ ପ୍ରକାଶ, ସଞ୍ଜୟ ବାଙ୍ଗାଲୋରର ଏକ ଘରୋଇ ଫାର୍ମରେ କାମ କରୁଥିଲେ। ତାଙ୍କ ବିବାହ ସ୍ଥାନୀୟ ଅଞ୍ଚଳରେ ଜଣେ କନ୍ୟା ସହିତ ମେ ୯ରେ ଅନୁଷ୍ଠିତ ହୋଇଥିଲା। ବୈଦିକ ରୀତିନୀତିରେ ବିବାହ ସମ୍ପନ୍ନ ହେବା ସହ ଅନ୍ୟ ବିଧି ମୁତାବକ ମାଙ୍ଗଳିକ କାର୍ଯ୍ୟ ମଧ୍ୟ ଜାରି ରହିଥିଲା ।   କିନ୍ତୁ ମେ ୧୪ ତାରିଖ ଦିନ ସଞ୍ଜୟ ଦେହ ଭଲ ଲାଗୁନଥିବା ଅନୁଭବ କରିବାରୁ ତାଙ୍କୁ ଯାଜପୁରର ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା। ତାଙ୍କ ଅବସ୍ଥା ବିଗଡୁଥିବାରୁ ଡାକ୍ତରମାନେ ତାଙ୍କୁ ଭୁବନେଶ୍ୱର ପଠାଇ ଦେଇଥିଲେ । ଭୁବନେଶ୍ୱର ଯିବା ପୂର୍ବରୁ ସଞ୍ଜୟଙ୍କର ମେ ୧୫ ଦିନ ସକାଳେ ମୃତ୍ୟୁ ଘଟିଛି । ଉଲ୍ଲେଖଯୋଗ୍ୟ, ବାଙ୍ଗାଲୁରୁରୁ ଫେରିବା ପରେ ସେ କରୋନା ପରୀକ୍ଷା କରାଇଥିଲେ ରିପୋର୍ଟ ନେଗେଟିଭ ଆସିଥିଲା । ଅବଶ୍ୟ ପରେ କିଛି ଲକ୍ଷଣ ପ୍ରକାଶ ପାଇଥିଲା ।

Leave A Reply

Your email address will not be published.