ଦିନକରେ ୨୨ ଜଣ ଆକ୍ରାନ୍ତଙ୍କ ଜୀବନ ଗଲା

କରୋନା ସଂକ୍ରମଣ ବର୍ତ୍ତମାନ ହାହାକାର ସୃଷ୍ଟି କରିଛି । ହୁହୁ ହୋଇ ବଢିବାରେ ଲାଗିଛି ମୃତ୍ୟୁସଂଖ୍ୟା । ଦିନକର ବ୍ୟବଧାନ ପରେ ପୁଣି ୨୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୩୩୫କୁ ବୃଦ୍ଧି ପାଇଛି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଜଣାଇଛି । ମୃତଙ୍କ ମଧ୍ୟରୁ ବୌଦ୍ଧ, କୋରାପୁଟ, ଖୋର୍ଦ୍ଧା, ନୂଆପଡ଼ା, ରାୟଗଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରୁ ୩ଜଣ ଲେଖାଏଁ ରହିଥିବା ବେଳେ ଅନୁଗୁଳ ଜିଲ୍ଲାରୁ ୨ଜଣ ରହିଛନ୍ତି । ସେହିପରି ଗଜପତି ଓ ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ରହିଛନ୍ତି ।

Leave A Reply

Your email address will not be published.