ଢେଙ୍କାନାଳ ସିଭିଲ୍ କୋର୍ଟ ସାତଦିନ ସିଲ୍

ପାଞ୍ଚଜଣ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ରବିବାର ଢେଙ୍କାନାଳ ଜିଲ୍ଲା ପ୍ରଶାସନ ସିଭିଲ କୋର୍ଟକୁ ସିଲ୍ କରିଛି ବୋଲି ଜିଲ୍ଲାପାଳ ଭୁପେଶ ଚନ୍ଦ୍ର ବେହେରା ସୂଚନା ଦେଇଛନ୍ତି। ବୃହତ ଜନସାଧାରଣଙ୍କ ସ୍ୱାର୍ଥରେ ଏବଂ ମହାମାରୀ ବିସ୍ତାରକୁ ରୋକିବା ଉଦ୍ଦେଶ୍ୟରେ ସିଭିଲ କୋର୍ଟକୁ ମେ ୧୬ରୁ ୨୩ ପର୍ଯ୍ୟନ୍ତ ସାତ ଦିନ ପାଇଁ ସିଲ୍ କରାଯାଇଛି।କର୍ତ୍ତୃପକ୍ଷଙ୍କ ଦ୍ୱାରା କୋର୍ଟ ପରିସରକୁ ସାନିଟାଇଜ କରାଯାଇଛି। କାହାରିକୁ ଭିତରକୁ କିମ୍ବା ବାହାରକୁ ଯିବାକୁ ଅନୁମତି ମିଳିବନାହିଁ।

Leave A Reply

Your email address will not be published.