ଖୋଲିଲା ବାବା କେଦାରନାଥଙ୍କ କବାଟ

କରୋନା ସଂକଟ ମଧ୍ୟରେ ଉତ୍ତରାଖଣ୍ଡର ପବିତ୍ର କେଦାରନାଥଙ୍କ କବାଟ ଖୋଲିଛି । ବାବା କେଦରାଙ୍କ ପଂଚମୁଖୀ ଚଳନ୍ତି ପ୍ରତିମା ସୁସଜ୍ଜିତ ବିମାନରେ ଶୀତକାଳୀନ ଗଦୀସ୍ଥଳ ଓମକାରେଶ୍ୱର ମନ୍ଦିର ଉଖୀମଠାରୁ କେଦାରନାଥ ଧାମକୁ ନିଆଯିବା ପରେ ରବିବାର ଏହା କେଦାରନାଥରେ ପହଂଚିଛି । କରୋନାକୁ ଦୃଷ୍ଟିରେ ରଖି ବାବା କେଦାରଙ୍କ ବିମାନକୁ ଗୌରୀକୁଣ୍ଡ ଯାଏଁ ନିଆଯାଇଥିଲା । ବିମାନ ସହିତ ଦେବ ସ୍ଥାନମ ବୋର୍ଡର କିଛି କର୍ମଚାରୀ, ବେଦପାଠୀ ଏବଂ ପୂଜାରୀ ଉପସ୍ଥିତ ଥିଲେ । କରୋନା ସଂକଟ ଯୋଗୁଁ ଚଳିତ ଥର କେଦାରନାଥ ଧାମର ଯାତ୍ରାକୁ ସୀମିତ କରି ଦିଆଯାଇଛି । କେଦାରନାଥ ଧାମର ଆଖପାଖ ଅଂଚଳରେ ଗହଳି ଦେଖାଯାଉ ନାହିଁ । କେଦାରନାଥ ଧାମକୁ ଖୋଲିବା ପୂର୍ବରୁ ବାବାଙ୍କ କବାଟକୁ ଫୁଲରେ ସଜାଯାଇଛି । ମହାମାରୀର ପ୍ରକୋପ ବଢ଼ିଥିବାରୁ ବର୍ତ୍ତମାନ ପରିପ୍ରେକ୍ଷୀରେ କୌଣସି ତୀର୍ଥଯାତ୍ରୀଙ୍କୁ କେଦାରନାଥଙ୍କ ଅନୁମତି ଦିଆଯାଇ ନାହିଁ । କବାଟ ଖୋଲିବା ପରେ ଦେବସ୍ଥାନମ ବୋର୍ଟର କମିଟି ଟିମ ହିଁ ପୂଜାପାଠ କରିବେ । 

Leave A Reply

Your email address will not be published.