ଆଜି ବି ୧୦ ହଜାର ପାର୍ ଦୈନିକ ସଂକ୍ରମଣ

ଆସନ୍ତାକାଲି ଲକଡାଉନ ଶେଷ ହେବାକୁ ଯାଉଥିଲେ ସୁଦ୍ଧା ସଂକ୍ରମଣ କମିବାର ନାଁ ଧରୁନି । ଆଜି ବି ରାଜ୍ୟରେ ୧୦,୩୨୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ଜଣାଇଛି । ସେମଧ୍ୟରୁ କ୍ବାରେଣ୍ଟାଇନରୁ ୫୭୭୯ଜଣ ରହିଥିବାବେଳେ ୪୫୪୨ ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳରୁ୪୭୧,ବାଲେଶ୍ୱରରୁ ୨୬୯, ବରଗଡରୁ ୩୨୦, ଭଦ୍ରକରୁ ୩୫୦, ବଲାଙ୍ଗୀରରୁ ୨୯୧,ବୌଦ୍ଧରୁ ୨୫୦, କଟକରୁ ୭୩୧, ଦେବଗଡ଼ରୁ ୧୧୪, ଢେଙ୍କାନାଳରୁ ୭୭, ଗଜପତିରୁ ୫୬, ଗଞ୍ଜାମରୁ ୨୦୩, ଜଗତସିଂହପୁରରୁ ୧୫୯, ଯାଜପୁରରୁ ୩୩୦,ଝାରସୁଗୁଡ଼ାରୁ ୩୧୨, କଳାହାଣ୍ଡିରୁ ୫୯୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି କନ୍ଧମାଳରୁ ୫୪, କେନ୍ଦ୍ରାପଡାରୁ ୧୬୨, କେନ୍ଦୁଝରରୁ ୨୦୪, ଖୋର୍ଦ୍ଧାରୁ ୧୫୬୬, କୋରାପୁଟରୁ ୩୩୮, ମାଲକାନଗିରିରୁ ୭୭, ମୟୂରଭଞ୍ଜରୁ ୪୫୮,ନବରଙ୍ଗପୁରରୁ ୩୩୪, ନୟାଗଡ଼ରୁ ୨୭୩, ନୁଆପଡାରୁ ୧୪୫,ପୁରୀରୁ ୪୭୨, ରାୟଗଡ଼ାରୁ ୧୬୩, ସମ୍ବଲପୁରରୁ ୪୦୫, ସୋନପୁରରୁ ୭୩, ସୁନ୍ଦରଗଡରୁ ୮୧୯, ରାଜ୍ୟ ପୁଲରୁ୨୪୬ ଜଣ ସଂକ୍ରମିତ ରହିଛନ୍ତି । ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୬ ଲକ୍ଷ ୩୩ ହଜାର ୩୦୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ୧ ଲକ୍ଷ ୪ହଜାର ୫୩୯ ଜଣ ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୫ ଲକ୍ଷ ୨୫ ହଜାର ୩୫୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାସହ କରୋନା ଯୋଗୁଁ ୨୩୩୫ ଜଣଙ୍କର ମୃତ୍ୟୁ ହୋଇଛି । ଏବେ ସୁଦ୍ଧା ରାଜ୍ୟରେ ୧୦୯୯୭୮୭୬ ସାମ୍ପୁଲ ଟେଷ୍ଟ୍ ହୋଇଛି।

Leave A Reply

Your email address will not be published.