୨୪ ଘଣ୍ଟାରେ ୨.୮୧ ଲକ୍ଷ କରୋନା ପଜିଟିଭ୍‌, ୪ ହଜାରରୁ ଊର୍ଦ୍ଧ୍ୱ ମୃତ୍ୟୁ

ଭାରତରେ କରୋନା ସଂକ୍ରମଣ ସାମାନ୍ୟ ହ୍ରାସ ପାଇଛି । କିନ୍ତୁ ଦେଶରେ ସଂକ୍ରମଣଜନିତ ମୃତ୍ୟୁ ଚିନ୍ତା ବଢ଼ାଇ ଦେଇଛି । ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶବ୍ୟାପୀ କୋଭିଡରେ ୨.୮୧ ଲକ୍ଷ ଲୋକ ସଂକ୍ରମିତ ହୋଇଛନ୍ତି । ଏହା ୨୬ ଦିନ ପରେ ସର୍ବନିମ୍ନ । ଏହା ପୂର୍ବରୁ ଗତ ଏପ୍ରିଲ ୨୧ ତାରିଖରେ ଦେଶରେ ୨ ଲକ୍ଷ ୯୫ ହଜାର ୪୧ ଜଣ ସଂକ୍ରମିତ ହୋଇଥିଲେ ।  କରୋନା ଉପରେ ନଜର ରଖିଥିବା ୱେବସାଇଟ୍ ୱାଲଡୋମିଟର ତଥ୍ୟ ଅନୁସାରେ ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ଯୋଗୁଁ ୪ ହଜାର ୯୨ ଜଣଙ୍କର ମୃତ୍ୟୁ ହେଶଇଛି । ଏହା ପୂର୍ବରୁ ରବିବାର ଜାରି ହୋଇଥିବା ତଥ୍ୟ ଅନୁସାରେ ୨୪ ଘଣ୍ଟାରେ ୪ ହଜାର ୭୭ ଜଣଙ୍କର ମୃତ୍ୟୁ ହୋଇଥିଲା । 

Leave A Reply

Your email address will not be published.