ସମ୍ଭାବ୍ୟ ବାତ୍ୟା ନେଇ ଏସଆରସିଙ୍କ ସମୀକ୍ଷା ବୈଠକ

ସମ୍ଭାବ୍ୟ ବାତ୍ୟା ନେଇ ଆଇଏମଡି ସହ ଏସଆରସିଙ୍କ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି । ଏହି ଅବସରରେ ଏସଆରସି ବିଭିନ୍ନ ବିଭାଗର ସଚିବଙ୍କୁ ଭିଡିଓ କନଫରେନ୍ସିଂ ଜରିଆରେ ସଜାଗ କରିଛନ୍ତି । ଉପଲବ୍ଧ ମାନବ ସମ୍ବଳ ଓ ମେସିନାରୀ ପ୍ରସ୍ତୁତ ରଖିବାକୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି । ଆଇଏମଡି ଡିଜିଙ୍କ ସୂଚନାନୁସାରେ, ଆସନ୍ତା ୨୨ ତାରିଖରେ ଉତ୍ତର ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । କ୍ରମେ ଏହା ଘନୀଭୂତ ହୋଇ ୭୨ ଘଣ୍ଟା ପରେ ବାତ୍ୟାର ରୂପ ନେବ । ୨୫ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ବାତ୍ୟାର ରୂପ ନେବ । ବାତ୍ୟାରେ ପରିଣତ ହୋଇ ଏହା ଉତ୍ତର-ପଶ୍ଚିମ ଦିଗରେ ଆଗେଇବ । ବର୍ତ୍ତମାନ ଆକଳନ ଅନୁଯାୟୀ ୨୬ ତାରିଖ ସକାଳେ ଉପକୂଳ ଛୁଇଁବ । ଓଡ଼ିଶା-ପଶ୍ଚିମବଙ୍ଗ ମଧ୍ୟରେ ଉପକୂଳ ଛୁଇଁବା ନେଇ ଅନୁମାନ କରାଯାଉଛି । ତେବେ କେଉଁଠି ଉପକୂଳ ଛୁଇଁବ ଏବେ ଠୁ କହିବା ସମ୍ଭବ ନୁହେଁ । ଲଘୁଚଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଏନେଇ ସଠିକ ଆକଳନ କରାଯିବ । ତେବେ ଓଡ଼ିଶା ଉପରେ ଏହାର ପ୍ରଭାବ ନିଶ୍ଚିତ ପଡ଼ିବ । ୨୫ ତାରିଖ ସନ୍ଧ୍ୟାରୁ ଓଡ଼ିଶା ଉପକୂଳରେ ବର୍ଷା ଆରମ୍ଭ ହେବ ବୋଲି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି । ଏହାଛଡ଼ା ସମୁଦ୍ର ଭିତରକୁ ନଯିବାରୁ ମତ୍ସ୍ୟଜୀବୀମାନଙ୍କୁ ସତର୍କ କରାଇଛନ୍ତି । ୨୧ରୁ ୨୪ ଯାଏଁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରକୁ ଯିବାକୁ ମତ୍ସ୍ୟଜୀବୀମାନଙ୍କୁ ବାରଣ କରାଯାଇଛି । ଆସନ୍ତା ୨୪ରୁ ୨୭ ଯାଏଁ ଉତ୍ତର ବଙ୍ଗୋପସାଗରକୁ ଯିବାକୁ ବାରଣ କରିଛନ୍ତି ।

Leave A Reply

Your email address will not be published.