ବସ୍‌ରେ ଆସୁଥିବା ସମୟରେ ଚାଲିଗଲା ପ୍ରବାସୀଙ୍କ ଜୀବନ

କରୋନା ମହାମାରୀ ସମୟରେ କାମ ନପାଇ ପ୍ରବାସୀ ଫେରୁଥିବା ବେଳେ ବାଟରେ ଜଣଙ୍କ ଜୀବନ ଯାଇଛି । ଏପରି ଘଟଣା ଘଟିଛି ଭଦ୍ରକ ବନ୍ତ ଛକ ନିକଟରେ ପ୍ରବାସୀଙ୍କୁ ନେଇ କୋଏମ୍ବାଟୁରରୁ ପଶ୍ଚିମବଙ୍ଗ ଯାଉଥିବା ବସ୍ ରେ ।ତେବେ  ପ୍ରବାସୀଙ୍କ ମୃତ୍ୟୁରେ ଅନ୍ୟ ମାନେ ଭୟଭିତ ହୋଇ ସଙ୍ଗେ ସଙ୍ଗେ ସେ ବସ୍ ରୁ ଓହ୍ଲାଇ ଅନ୍ୟତ୍ର ଚାଲିଯାଇଛନ୍ତି । କେଉଁ କାରଣରୁ ତାଙ୍କର ମୃତ୍ୟୁ ହୋଇଛି ତାହା ଏପର୍ଯ୍ୟନ୍ତ ମଧ୍ୟ ଜଣାପଡ଼ିନାହିଁ । ଏବେବି ବସ୍‌ଟି ବନ୍ତ ଛକ ନିକଟରେ ହିଁ ଅଟକି ରହିଛି । ସୁଚନା ପାଇ ଘଟଣାସ୍ଥଳରେ ପୋଲିସ୍ ପହଂଚି ଅଧିକ ତନାଘନା ଚଳାଇଛି । 

Leave A Reply

Your email address will not be published.