ରଥଖଳାରେ ବଢୁଛି କରୋନା ସଂକ୍ରମଣ

ରାଜ୍ୟରେ ଧିରେ ଧିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ନେତା ଠାରୁ ଆରମ୍ଭ କରି ଅଭିନେତାଙ୍କ ପର୍ଯ୍ୟନ୍ତ ସମସ୍ତେ ଏବେ କରୋନାରେ ଚିହ୍ନଟ ହେଉଛନ୍ତି ଯାହାଫଳରେ ରାଜ୍ୟବାସୀଙ୍କ ଚିନ୍ତା ବଢିବାରେ ଲାଗିଛି । ତେବେ ଏହାରି ଭିତରେ ଏକ ବଡ଼ ଖବର ସାମ୍ନାକୁ ଆସିଛି ତାହା ହେଲା ଗତକାଲି ରଥଖଳାରୁ ୨ ବିଶ୍ବକର୍ମା କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ଚିହ୍ନଟ ହେଲେ ୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୪ ଭୋଇ ସେବକ ଏବଂ ଜଣେ ବିଶ୍ବକର୍ମା ସେବକ ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡିଛି । ସମସ୍ତଙ୍କୁ କୋଭିଡ୍ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ସୁଦ୍ଧା ରଥ ନିର୍ମାଣରେ ନିୟୋଜିତ ୮୮ ଜଣଙ୍କ କୋଭିଡ୍ ପରୀକ୍ଷା କରାଯାଇସାରିଛି । ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୧,୪୯୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ କ୍ୱାରେଣ୍ଟିନ ସେଣ୍ଟରରୁ ୬୪୩୯ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୫୦୫୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପୁରୀରୁ ୪୨୪ ଚିହ୍ନଟ ହୋିଛନ୍ତି ।

Leave A Reply

Your email address will not be published.