ରଥ ଖଳାରେ ସଂକ୍ରମଣ ଭୟ

ରଥଖଳାରୁ କରୋନା ଆକ୍ରାନ୍ତ ବାହାରିବ ଏବେ ଚିନ୍ତାର ବିଷୟ ପାଲଟିଛି । ଗତକାଲି ୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୧୦ ଜଣ ଚିହ୍ନଟ ହୋଇଛନ୍ତି । ବତ୍ତମରାନ ସୁଦ୍ଧା ୧୮ ଜଣ ପଜିଟିଭ ଚିହ୍ନଟ ହୋଇଥିବା ନେଇ ଜିଲ୍ଲାପାଳଙ୍କ ସୂଚନା ଦେଇଛନ୍ତି । ସେମାନଙ୍କ ମଧ୍ୟରୁ ୧୨ ଜଣ ମହାରଣା ଓ ୬ ଜଣ ଭୋଇ ସେବାୟତ ସଂକ୍ରମିତ ହୋଇଥିବା ଜଣାପଡିଛି । ଅକ୍ଷୟ ତୃତୀୟାରୁ ତିନି ରଥର ତୁମ୍ବରେ ବିନ୍ଧା ଚାଲିଛି କିନ୍ତୁ ଏହି ସମୟ ମଧ୍ୟରେ ମହାପ୍ରଭୁଙ୍କ ରଥ ନିର୍ମାଣରେ ସାମିଲ ହୋଇଥିବା ସେବାୟତ ମାନେ ଧିରେ ଧିରେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରଥ ତିଆରିରେ ନିୟୋଜିତ ମହାରଣାମାନଙ୍କୁ କରୋନା ସଂକ୍ରମିତ ନହେବା ପାଇଁ ରାଜ୍ୟ ସରକାର ରଥ ଖଳାରେ ବାୟୋ-ବବୁଲ୍ ସୁରକ୍ଷା ଯୋଗାଇଦେବାକୁ ନିଷ୍ପତ୍ତି ନେଇଛନ୍ତି। ପବିତ୍ର ରଥ ତିଆରିରେ ନିୟୋଜିତ ଅଳ୍ପ କେତେକ ସେବକ, ମହାରଣା ଓ ଭୋଇ ସେବକ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ପ୍ରଶାସନର ଚିନ୍ତା ବଢିଛି । ଅନ୍ୟମାନଙ୍କ କରୋନା ପରୀକ୍ଷା କରାଯିବା ପରେ ବାୟୋ-ବବୁଲ୍ ସୃଷ୍ଟି କରିବାର ନିଷ୍ପତ୍ତି ନିଆଯାଇଛି ।

Leave A Reply

Your email address will not be published.