ରାଉରକେଲା ଇସ୍ପାତ କାରଖାନାର ୮୦୦ ଜଣ କର୍ମଚାରୀ କରୋନା ପଜିଟିଭ୍

କରୋନା ମହାମାରୀ ସମୟରେ ବିଭିନ୍ନ ଜିଲ୍ଲାରୁ ଏକାଧିକ କରୋନା ରୋଗୀ ଚିହ୍ନଟ ହେଉଥିବା ବେଳେ ରାଉରକେଲା ଇସ୍ପାତ କାରଖାନାରୁ ଏକାଥରକେ ୮ ଶହ ଜଣ କର୍ମଚାରୀ କୋଭିଡରେ ଆକ୍ରାନ୍ତ ହୋଇଛନ୍ତି । ଯାହା ବର୍ତ୍ତମାନ ଚିନ୍ତାର ବିଷୟ ପାଲଟିଛି । ଚିହ୍ନଟ ହୋଇଥିବା ଆକ୍ରାନ୍ତ ମାନଙ୍କୁ ଏବେ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି । ସୁଚନା ଅନୁସାରେ ପୂର୍ବରୁ ମଧ୍ୟ ୧୭୨୫ ଜଣ କର୍ମଚାରୀ ଚିହ୍ନଟ ହୋଇଛନ୍ତି କିନ୍ତୁ ବର୍ତ୍ତମାନ ଏମାନେ ସମସ୍ତେ ସୁସ୍ଥ ହୋଇଯାଇଛନ୍ତି । ରାଉରକେଲା ଇସ୍ପାତ କାରଖାନା ଭିତରେ କୋଭିଡ୍ ଗାଇଡଲାଇନ୍ କଡ଼ାକଡ଼ି କରାଯାଇଥିବା ପିଆର ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।ହେଲେ ସବୁଠାରୁ ବଡ଼ କଥା ହେଲା କୋଭିଡ୍ ଗାଇଡଲାଇନ୍ ମାନିବା ସତ୍ୱେ ଏତେ ସଂଖ୍ୟକ ଆକ୍ରନ୍ତ ଚିହ୍ନଟ ହେବା ଏହା ଏକ ଚିନ୍ତାଜନକ ବିଷୟ ।

Leave A Reply

Your email address will not be published.