ଦିନକରେ ୧୧,୧୦୮ ଜଣ ନୂଆ ସଂକ୍ରମିତ ଚିହ୍ନଟ

ରାଜ୍ୟରେ କରୋନାର ଦୈନିକ ସଂକ୍ରମଣ ଥମିବାର ନାଁ ଧରୁନି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୧,୧୦୮ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ଓ ଲୋକସମ୍ପର୍କ ବିଭାଗ ଜଣାଇଛି ।  ସଂକ୍ରମିତଙ୍କ ମଧ୍ୟରେ ୬୨୧୯ ଜଣ କରୋନା ସଂକ୍ରମିତ କ୍ବାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୪୮୮୯ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଆଜି ଅନୁଗୁଳରୁ ୮୬୪, ବାଲେଶ୍ବରରୁ ୫୦୯, ବରଗଡରୁ ୩୩୯, ଭଦ୍ରକରୁ ୪୮୯, ବଲାଙ୍ଗୀରରୁ ୨୯୮, ବୌଦ୍ଧରୁ ୨୭୩, କଟକରୁ ୯୪୪, ଦେବଗଡରୁ ୧୨୫, ଢେଙ୍କାନାଳରୁ ୧୩୧, ଗଜପତିରୁ ୧୫୭, ଗଞ୍ଜାମରୁ ୨୧୪, ଜଗତସିଂହପୁରରୁ ୩୧୮ ଯାଜପୁରରୁ ୩୯୬, ଝାରସୁଗୁଡାରୁ ୧୧୩ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି କଳାହାଣ୍ଡିରୁ ୩୯, କନ୍ଧମାଳରୁ ୧୩୨, କେନ୍ଦ୍ରାପଡାରୁ ୧୫୦, କେଉଁଝରରୁ ୧୬୯, ଖୋର୍ଦ୍ଧାରୁ ୧୪୫୧, କୋରାପୁଟରୁ ୨୫୧, ମାଲକାନଗିରିରୁ ୧୦୦, ମୟୂରଭଞ୍ଜରୁ ୬୩୫, ନବରଙ୍ଗପୁରରୁ ୩୫୭, ନୟାଗଡ଼ରୁ ୩୩୨, ନୂଆପଡାରୁ ୧୧୪, ପୁରୀରୁ ୪୭୩, ରାୟଗଡାରୁ ୨୦୯, ସମ୍ବଲପୁରରୁ ୩୮୪, ସୋନପୁରରୁ ୧୮୦, ସୁନ୍ଦରଗଡରୁ ୭୦୮ ଓ ଷ୍ଟେଟ ପୁଲରୁ ୨୫୪ ଜଣ ପଜିଟିଭ ରହିଛନ୍ତି । 

Leave A Reply

Your email address will not be published.