ରାଜଧାନୀରେ ଦୈନିକ ସଂକ୍ରମଣକୁ ଟପିଗଲା ଆରୋଗ୍ୟଙ୍କ ସଂଖ୍ୟା

ଭୁବନେଶ୍ୱରରେ ମହାନଗର ନୀଗମରେ ସଂକ୍ରମିତଙ୍କ ସଂଖ୍ୟା କମିଛି ଗତ ୨୪ଘଣ୍ଟା ମଧ୍ୟରେ ୯୦୫ ଜଣ ଚିହ୍ନଟ ହୋଇଛନ୍ତି । ଏପରିକି ରାଜଧାନିରେ ଦୈଣିକ ସଂକ୍ରମଣକୁ ଦୈନିକ ଆରୋଗ୍ୟ ସଂଖ୍ୟା ପାର କରି ଯାଇଛି । ତେବେ ସଂକ୍ରମିତ ଚିହ୍ନଟ ହୋଇଥିବା ୯୦୫ଙ୍କ ମଧ୍ୟରୁ ୭୬୦ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ଏବଂ ୧୪୫ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି ।  ଏହା ସହିତ ଶେଷ ୨୪ଘଣ୍ଟାରେ ୧୦୨୧ ଜଣ ସୁସ୍ଥ ହୋଇଛନ୍ତି, ଏହାକୁ ମିଶାଇ ଏ ପର୍ଯ୍ୟନ୍ତ ମୋଟ ୫୬,୮୩୧ ରେ ପହଁଚିଛି ଗତ ୨୪ ଘଣ୍ଟାର ୯୦୫ ନୁଆ ସଂକ୍ରମଣକୁ ମିଶାଇ ରାଜଧାନୀରେ ସକ୍ରିୟ ସଂକ୍ରମଣ ସଂଖ୍ୟା ଏବେ ୧୨,୭୩୨ ରେ ପହଁଚିଥିବା ବେଳେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬୯,୯୦୨ ରେ ପହଁଚିଛି । ତେବେ ଗତ ୨୪ଘଣ୍ଟା ଭିତରେ ପୁଣି ଚାରି ଜଣଙ୍କର ମୃତ୍ୟୁ ଘଟି ରାଜଧାନୀରେ କରୋନାରେ ମୃତକଙ୍କ ସଂଖ୍ୟା ୩୧୮ ରେ ପହଁଚିଛି।

Leave A Reply

Your email address will not be published.