ଗତ ୨୪ ଘଣ୍ଟା ମଧ୍ୟରେ ୭୨୧୬ ନୂଆ ପଜିଟିଭ୍

ଗତକାଲି ରାଜ୍ୟରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା କମିଥିଲା କିନ୍ତୁ ଆଜି ପୁଣି ବଢିଛି । ଗତ ୨୪ ଘଣ୍ଟା ମଧ୍ୟରେ ୭୨୧୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୩୯୯୫୫ରେ ପହଞ୍ଚିଛି । ସେହିପରି ଚିହ୍ନଟ ହୋଇଥିବା ନୂଆ ସଂକ୍ରମିତଙ୍କ ମଧ୍ୟରୁ ୪୦୪୧ ରୁ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୩୧୭୫ ରୁ ସ୍ଥାନୀୟ ବାସିନ୍ଦା ରହିଛନ୍ତି ବୋଲି ସ୍ବାସ୍ଥ୍ୟ ବିଭାଗ ଜଣାଇଛି । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳରୁ ୪୦୯, ବାଲେଶ୍ୱରରୁ ୨୧୫, ବରଗଡ଼ରୁ ୩୩୧, ଭଦ୍ରକରୁ ୨୪୬, ବଲାଙ୍ଗୀରରୁ ୧୩୦, ବୌଦ୍ଧରୁ ୧୪୮, କଟକରୁ ୧୦୯୧, ଦେଓଗଡ଼ରୁ ୬୮, ଢେଙ୍କାନାଳରୁ ୪୨୮, ଗଜପତିରୁ ୩୮, ଗଞ୍ଜାମରୁ ୧୫୦, ଜଗତସିଂହପୁରରୁ ୧୮୩ , ଯାଜପୁରରୁ ୨୪୧, ଝାରସୁଗୁଡ଼ାରୁ ୬୪, କଳାହାଣ୍ଡିରୁ ୧୫୦ ନୂଆ ପଜିଟିଭ ରହିଛନ୍ତି । ସେହିପରି କେନ୍ଦ୍ରାପଡ଼ାରୁ ୪୮୭, କେନ୍ଦୁଝରରୁ ୭୨, ଖୋର୍ଦ୍ଧାରୁ ୮୦୯, କୋରାପୁଟରୁ ୨୨୦, ମାଲକାନଗିରିରୁ ୧୩୫, ମୟୁରଭଞ୍ଜରୁ ୨୭, ନବରଙ୍ଗପୁରରୁ ୨୪୨, ନୟାଗଡ଼ରୁ ୧୬୪, ନୂଆପଡ଼ାରୁ ୬୬, ପୁରୀରୁ ୧୧୦, ରାୟଗଡ଼ାରୁ ୨୪୬, ସମ୍ବଲପୁରରୁ ୨୪୧, ସୋନପୁରରୁ ୭୪, ସୁନ୍ଦରଗଡ଼ରୁ ୧୮୪, ଷ୍ଟେଟ୍‌ ପୁଲ୍‌ରୁ ୧୪୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.