ଆଜି ମୁଖ୍ୟମନ୍ତ୍ରୀଙ୍କ ପଞ୍ଚମ ପାଳିର ଦୁଇବର୍ଷ ପୂର୍ତ୍ତି

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିର ଦୁଇବର୍ଷ ପୂର୍ତ୍ତି ହୋଇଛି । ସେଥିଲାଗି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ସଂଧ୍ୟା ୫ଟା ୩୦ ମିନିଟରରେ ମନ୍ତ୍ରୀ ପରିଷଦ ବୈଠକ ବସିବ ବୋଲି ଜଣାପଡିଛି । ୨୦୧୯ ମେ ୨୯ ତାରିଖରେ ନବୀନ ପଟ୍ଟନାୟକ ଲଗାତାର ପଞ୍ଚମ ଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ । ଏଣୁ ୫ମ ପାଳିର ୨ୟ ବର୍ଷ ପୂର୍ତ୍ତି ଅବସରରେ ଏହି ବୈଠକ ବସିବାକୁ ଯାଉଛି । କରୋନା ମୁକାବିଲା ରାଜ୍ୟ କରୁଥିବା ବେଳେ ବର୍ତ୍ତମାନ ରାଜ୍ୟ ବାତ୍ୟା ‘ୟାସ’ର ସାମ୍ନା କରିଛି । ଏକା ସଙ୍ଗେ ରାଜ୍ୟ ୨ଟି ମୁକାବିଲାକୁ ସାମ୍ନା କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ଏହାକୁ ନେଇ କିଛି ବାର୍ତ୍ତା ଦେଇପାରନ୍ତି ବୋଲି ଆଲୋଚନା ଜୋର ଧରିଛି ।

Leave A Reply

Your email address will not be published.