ଆବାସିକ ବିଲ୍ଡିଂର ସ୍ଲାବ ଭୁଶୁଡ଼ି ୭ ଜଣଙ୍କ ମୃତ୍ୟୁ

ମହାରାଷ୍ଟ୍ରର ଥାନେ ଜିଲ୍ଲାରେ ଛାତ ଭୁଶୁଡି ବଡଧରଣର ଦୁର୍ଘଟଣା ଘଟିଛି । ଉହ୍ଲାସନଗର ଅଞ୍ଚଳରେ ଏକ ଆବାସିକ ବିଲ୍ଡିଂର ସ୍ଲାବ ଭୁଶୁଡ଼ି ପଡ଼ିବାରୁ ୭ ଜଣଙ୍କର ମୃତ୍ୟୁ ଘଟିଛି । ଛାତ ଭୁଶୁଡିବାରୁ ଅନେକ ଲୋକ ଆହାତ ହେବା ସହ କିଛି ମାଟିତଳେ ଦବି ଯାଇଥିବା ଆଶଙ୍କା କରାଯାଉଛି ।   ଦୁର୍ଘଟଣା ଘଟିବା ପରେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଅଗ୍ନିଶମବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ପ୍ରାରମ୍ଭିକ ସୂଚନା ଅନୁସାରେ ଆବାସିକ ବିଲ୍ଡିଂର ଏକ ବଡ଼ ସ୍ଲାବ୍ ପାଞ୍ଚ ମହଲାରୁ ହଠାତ ଗ୍ରାଉଣ୍ଡ୍ ଫ୍ଲୋର ଉପରେ ଖସି ପଡ଼ିଥିଲା । ଉହ୍ଲାସନଗରର ନେହରୁ ଛକସ୍ଥିତ ସାଇ ସିଦ୍ଧି ଆପାଟମେଣ୍ଟରେ ଏହି ଦୁର୍ଘଟଣା ଘଟିଛି । ପାଖାପାଖ ରାତି ସାଢ଼େ ୯ଟା ସ୍ଲାବ ଭୁଶୁଡ଼ି ପଡ଼ିଥିବା ସୂଚନା ମିଳିଛି । । ଶୁକ୍ରବାର ରାତି ସାଢ଼େ ୯ଟାରେ ପଞ୍ଚମ ଫୋଲାର ସ୍ଲାବ ଭୁଶୁଡ଼ି ଚତୁର୍ଥ, ତୃତୀୟ, ଦ୍ୱିତୀୟ ଓ ପ୍ରଥମ ମହଲାର ଛାତକୁ ଭାଙ୍ଗି ତଳେ ପଡ଼ିଥିଲା । ଦୁର୍ଘଟଣା ସମୟରେ ପଞ୍ଚମ ମହଲାରେ କିଛି ଲୋକ ଉପସ୍ଥିତି ଥିଲେ ।  ଏହି ୨୬ ବର୍ଷ ପୁରୁଣା ସାଇ ସିଦ୍ଧି ଆପାଟମେଣ୍ଟରେ ୨୯ ପରିବାର ରହୁଥିଲେ । ଏବେ ସୁଦ୍ଧା ଘଟଣାସ୍ଥଳରୁ ୭ ମୃତ ଦେହ ଉଦ୍ଧାର କରାଯାଇଥିବା ବେଳେ ଅନେକ ଲୋକ ଫସି ରହିଥିବା ଅନୁମାନ କରାଯାଉଛି । ତେବେ ବର୍ତ୍ତମାନ ବିଲ୍ଡିକୁ ସିଲ କରିଦିଆଯାଇଛି ।

Leave A Reply

Your email address will not be published.