ଆଜି ନବରଙ୍ଗପୁର ଗସ୍ତରେ ଗଲେ ମୁଖ୍ୟ ଶାସନ ସଚିବ

ଆଜି ନବରଙ୍ଗପୁର ଗସ୍ତରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଯାଇଛନ୍ତି ବୋଲି ସରକାରୀ ସୂତ୍ରରୁ ପ୍ରକାଶ ପାଇଛି । ଏହି ଗସ୍ତ ସମୟରେ ମୁଖ୍ୟ ଶାସନ ସଚିବଙ୍କ ସହ ସ୍ବାସ୍ଥ୍ୟ ସଚିବ ମଧ୍ୟ ରହିବେ ବୋଲି କୁହାଯାଉଛି । ଜୟପୁରର କୋଭିଡ ସ୍ଥିତି ସମୀକ୍ଷା ପାଇଁ ଏହି ଗସ୍ତ ସ୍ଥିର କରାଯାଇଛି । ଗସ୍ତ ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ କୋଭିଡ ହସ୍ପିଟାଲ ଓ କୋଭିଡ କେୟାର ସେଣ୍ଟର ବୁଲି ସ୍ଥିତି ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି। ଏ ନେଇ ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସେ କୋଭିଡସ୍ଥିତି ସମୀକ୍ଷା କରି ହସ୍ପିଟାଲ ବେଡ ବଢାଇବା ସହ ଭେଣ୍ଟିଲେଟର କାର୍ଯ୍ୟକାରିତା ବୃଦ୍ଧି ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ସେହିପରି ତୃତୀୟ ପର୍ଯ୍ୟାୟ ଟିକାକରଣ ବାବଦରେ ତଥ୍ୟ ନେଇଛନ୍ତି । ସୂଚନାଯୋଗ୍ୟ, ବର୍ତ୍ତମାନ ନବରଙ୍ଗପୁରରେ କୋଭିଡ ପ଼ିଜିଟିଭିଟି ହାର ମଧ୍ୟ ହ୍ରାସ ପାଇଛି ।

Leave A Reply

Your email address will not be published.