ଦିଲ୍ଲୀ ଗଲେନି ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ

ଆଜି ଦିନ ୧୦ଟା ସୁଦ୍ଧା ପଶ୍ଚିମବଙ୍ଗର ମୁଖ୍ୟ ସଚିବ ଅଲପନ ବନ୍ଦୋପାଧ୍ୟାୟଙ୍କୁ ଦିଲ୍ଲୀସ୍ଥିତ ନର୍ଥ ବ୍ଲକରେ ଥିବା କାର୍ମୀକ ଓ ପ୍ରଶିକ୍ଷଣ ବିଭାଗରେ ଯୋଗଦେବା ପାଇଁ ନିର୍ଦ୍ଦେଶ ଥିଲେ ସୁଦ୍ଧା ସେ ଏପର୍ଯ୍ୟନ୍ତ ପହଞ୍ଚିନାହାନ୍ତି । ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ପଶ୍ଚିମବଙ୍ଗ ସରକାର ତାଙ୍କୁ ଏଥିପାଇଁ ଦାୟିତ୍ୱରୁ ଅବ୍ୟାହତି ଦେଇନାହାନ୍ତି । ଜାତୀୟ ଗଣମାଧ୍ୟମ ତଥ୍ୟ ଅନୁସାରେ ଆସନ୍ତକାଲି ସେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦ୍ୱାରା ହେବାକୁ ଥିବା କୌଣସି ଏକ ବୈଠକରେ ମଧ୍ୟ ଯୋଗଦେବେ । ତେବେ ପ୍ରଧାନମନ୍ତ୍ରୀଙ୍କ ପଶ୍ଚିମବଙ୍ଗ ଗସ୍ତ ସମୟରେ ବାତ୍ୟା ୟାସ ସଂପର୍କିତ ସମୀକ୍ଷା ବୈଠକରେ ୩୦ ମିନିଟ ବିଳମ୍ବରେ ଆସିଥିଲେ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ବଳିମ୍ବରେ ପହଂଚିଥିବେବେଳେ ଶୁକ୍ରବାର ତାଙ୍କୁ ଦିଲ୍ଲୀ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶନାମା ଜାରି ହୋଇଥିଲା । ପରେ କେନ୍ଦ୍ରରୁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ହାଜିର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲେ ସୁଦ୍ଧା ସେ ଏଯାଏଁ ପହଞ୍ଚିନାହାନ୍ତି । ତେବେ ଏଭଳି ପଦକ୍ଷେପ ପାଇଁ ତାଙ୍କ ଉପରେ କଣ ପଦକ୍ଷେପ ନିଆଯିବ ତାହା ଦେଖିବା ବାକି ରହିଲା ।

Leave A Reply

Your email address will not be published.