ଆଜିଠୁ ବିଏମସିର ଭ୍ୟାକ୍ସିନ ଆଟ୍ ଡୋର ଷ୍ଟେପ ଅଭିଯାନ ଆରମ୍ଭ

ଆଜିଠୁ ରାଜଧାନୀରେ ଭ୍ୟାକ୍ସିନ ଆଟ୍ ଡୋର ଷ୍ଟେପ ଅଭିଯାନ ଆରମ୍ଭ ହୋଇଛି । ବିଏମସିର ୩ଟି ଜୋନର ୬ଟି ଆପାର୍ଟମେଣ୍ଟରେ ଚାଲିଛି ଟିକାକରଣ । ପ୍ରତି ଆପାର୍ଟମେଣ୍ଟରେ ୨ ଶହ ଲୋକଙ୍କୁ ଟିକାକରଣ କରାଇବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏହି ଅଭିଯାନ ମୁଖ୍ୟତଃ ୪୫ରୁ ଉର୍ଦ୍ଧ୍ୱ ବୟସ୍କଙ୍କ ପାଇଁ ଉଦ୍ଦିଷ୍ଟ । ଏହି ଅଭିଯାନ ନେଇ ବିଏମସି ଜେଡିସି ଅଂଶୁମାନ ରଥ ସୂଚନା ପ୍ରଦାନ କରିଛନ୍ତି । ରେସିଡେନ୍ସିଆଲ ୱେଲଫେୟାର ଆସୋସିଏସନ ଏନେଇ ଆବେଦନ କରିଥିଲା । ସୂଚନାଯୋଗ୍ୟ , ରାଜ୍ୟରେ ପୁଣି ବଢିଲା କରୋନା ସଂକ୍ରମିତଙ୍କ ସଂଖ୍ୟା। ଗତ କିଛି ଦିନ ଧରି ରାଜ୍ୟରେ ଦୈନିକ ସଂକ୍ରମଣ ୧୦ ହଜାର ତଳକୁ ଖସି ୮ ହଜାର ଭିତରେ ସୀମିତି ଥିଲା। ହେଲେ ଆଜି ପୁଣି ଏହାର ସଂଖ୍ୟା ବଢିଛି। ରାଜ୍ୟରେ ୨୪ ଘଣ୍ଟାରେ ୮୩୧୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୪୬୫୫ ଲୋକାଲ କଣ୍ଟାକ୍ଟ ଥିବାବେଳେ ୩୬୫୮ କ୍ୱାରେଣ୍ଟିନେର ଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୭୪ ଜଣ କରୋନା ରୋଗୀଙ୍କୁ ଚିହ୍ନଟ ।

Leave A Reply

Your email address will not be published.