ପରିବା ଆଣିବାକୁ ଯାଉଥିବା ମହିଳାଙ୍କ ବେକକୁ କାଟିଲା ଦୁର୍ବୃତ୍ତ

ଧିରେ ଧିରେ ଅସୁରକ୍ଷିତ ହୋଇପଡ଼ିଲାଣି ରାଜଧାନୀ ।  ଲକଡ଼ାଉନ୍ ଚାଲିଥିବା ବେଳେ ଆଜି ସକାଳୁ ନୟାପଲ୍ଲୀ ଭିଆଇପି କଲୋନୀ ରାସ୍ତାରେ ଜଣେ ମହିଳା ପରିବା ଆଣିବାକୁ ଯିବା ସମୟରେ ଲୁଟେରାଙ୍କ ଆକ୍ରମଣର ଶିକାର ହୋଇଛନ୍ତି । ଯାହାଫଳରେ ମହିଳାଙ୍କ ବେକକୁ ଧାରୁଆ ଅସ୍ତ୍ରରେ କାଟି ଦେଇଛନ୍ତି । ଗୁରୁତର ଅବସ୍ଥାରେ ମହିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ସମସ୍ତ ଘଟଣା ପାଖରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି । ସୁଚନା ଅନୁସାରେ ମହିଳାଙ୍କୁ ଏକୁଟିଆ ପାଇ ତାଙ୍କ ପାଖରୁ ଲୁଟ୍ ଉଦ୍ୟମ କରିଥିଲା ଜଣେ ଦୁର୍ବୃତ୍ତ । ଏତିକିବେଳେ ସେମାନଙ୍କ ଭିତରେ ଯୁକ୍ତିତର୍କ ହୋଇଥିଲା । ଏହାପରେ ପକେଟରୁ ମାରଣାସ୍ତ୍ର ବାହାର କରି ମହିଳାଙ୍କ ବେକକୁ ଆଘାତ ଦେଇଥିଲା । ପରେ ସେଠାରୁ ଦୌଡ଼ି ପଳାଉଥିବା ଚିତ୍ର ସିସିଟିଭିରେ କଏଦ ହୋଇଛି । ପୁଣି ଥରେ ପଛକୁ ଫେରି ଆକ୍ରମଣ ପାଇଁ ଉଦ୍ୟମ କରିବା ପୂର୍ବରୁ ମହିଳା ରାସ୍ତାର ଅନ୍ୟ ପଟକୁ ଦୌଡ଼ି ପଳାଇଥିଲେ । ତାପରେ ସେଠାରେ ପଳାଇ ଯାଇଥିଲା ଲୁଟେରା । ସିସିଟିଭି ଫୁଟେଜ ଆଧାରରେ ପୋଲିସ ଖୋଳତାଡ ଆରମ୍ଭ କରିଛି । 

Leave A Reply

Your email address will not be published.