ୟୈ ରିସ୍ତା କ୍ୟା କେହଲାତାର ଫେମ୍ କରଣ ମେହେରା ଗିରଫ

ଷ୍ଟାର ପ୍ଲସରେ ପ୍ରସାରିତ ହେଉଥିବା ଲୋକପ୍ରିୟ ଧାରାବାହିକ ୟୈ ରିସ୍ତା କ୍ୟା କେହଲାତାର ଅଭିନେତା କରଣ ମେହେରାଙ୍କୁ ତାଙ୍କ ପତ୍ନୀଙ୍କ ଅଭିଯୋଗରେ ମୁମ୍ବାଇ ପୋଲିସ ଗିରଫ କରିଛି। ତାଙ୍କ ପତ୍ନୀ ନିଶା ରାୱଲ ଅଭିଯୋଗ କରିଛନ୍ତି ଯେ ସେ ତାଙ୍କ ସ୍ବାମୀ କରଣ ମେହେରାଙ୍କ ଦ୍ବାରା ଘରୋଇ ହିଂସାରେ ପ୍ରପୀଡିତ । କରଣଙ୍କୁ ଘରୋଇ ହିଂସା ଅଭିଯୋଗରେ ନିଶା ରାୱଲ ଗତକାଲି ରାତିରେ ମୁମ୍ବାଇର ଗୋରେଗାଓଁ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗରେ ନିଶା କହିଛନ୍ତି ଯେ କରଣ ପ୍ରଥମେ ତାଙ୍କ ସହ ଝଗଡା କରିଥିଲେ ଓ ମାରପିଟ କରିଥିଲେ । ପୋଲିସ କରଣ ମେହେରାଙ୍କୁ ଗିରଫ କରି ଧାରା ୩୩୬, ୩୩୭, ୩୩୨, ୫୦୪, ୫୦୬ ଅନୁଯାୟୀ ତାଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଆଜି କରଣ ମେହେରା କୋର୍ଟରେ ହାଜର ହେବେ।

Leave A Reply

Your email address will not be published.