ଫୁଟବଲ କୋଚ ନନ୍ଦ କିଶୋର ପଟ୍ଟନାୟକଙ୍କ କରୋନାରେ ପରଲୋକ

ରାଜ୍ୟର ଦକ୍ଷ ତଥା ବିଶିଷ୍ଟ ଫୁଟବଲ୍ କୋଚ ନନ୍ଦ କିଶୋର ପଟ୍ଟନାୟକଙ୍କ କରୋନାରେ ନିଧନ ଘଟିଛି ବୋଲି ତାଙ୍କ ସାନଭାଇ ବିଳମ୍ବିତ ରାତିରେ ସୂଚନା ଦେଇଛନ୍ତି । ପୂର୍ବରୁ ସେ କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲ୍‌ରେ ଚିକିତ୍ସାଧୀନ ଥିଲେ । ଗତକାଲି ରାତି ପ୍ରାୟ ୩ଟା ବେଳେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ନନ୍ଦ କିଶୋର ଫୁଟବଲ୍ କ୍ରୀଡା ଜଗତରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ସେ ଅନେକ ଅନ୍ତର୍ଜାତୀୟ ମହିଳା ଫୁଟ୍‌ବଲ୍‌ ଖେଳାଳିଙ୍କୁ ନୂଆ ଦିଗ ଦେଖାଇଛନ୍ତି । ତାଙ୍କ ଦିଗଦର୍ଶନରେ ଅନୁପ୍ରାଣିତ ଖେଳାଳିଙ୍କ ମଧ୍ୟରେ ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ରଞ୍ଜିତା ମହାନ୍ତି, ମମତା ସାମନ୍ତ, ଜୟନ୍ତୀ ବେହେରା, ସୁଦୀପ୍ତ ସାହୁ, ମାମାଲି ଦାସ ଓ ରୁନୁ ନାୟକ ଅନ୍ୟତମ । ଯେଉଁମାନେ ଅନେକ ଜୁନିୟର ଓ ସିନିୟର ସ୍ତରର ଅନ୍ତର୍ଜାତୀୟ ଖେଳାଳି ବିଜୟିନୀ ହୋଇଛନ୍ତି । ସ୍ବର୍ଗତ ନନ୍ଦ କିଶୋର ଭୁବନେଶ୍ୱରରେ ରାଜ୍ୟର ଗରିବ ଓ ପ୍ରତିଭାବାନ ମହିଳା ଫୁଟବଲ ଖେଳାଳିଙ୍କୁ ମାଗଣାରେ ଖାଇବା ପିଇବା ଓ ଉପକରଣ ଦେଇ ନିତା ଅମ୍ବାନୀ ଫୁଟବଲ ଏକାଡେମୀ ଚଳାଇ ଆସୁଥିଲେ ।

Leave A Reply

Your email address will not be published.