ମହିଳାଙ୍କ ତଣ୍ଟିକଟା ଘଟଣା : ଦୁଇଦିନ ପରେ ସ୍ପୋଶାଲ ସ୍କ୍ୱାଡ଼୍ ହାତରେ ଧରାପଡ଼ିଲା ଦୁର୍ବୁତ୍ତ

ଭୁବନେଶ୍ୱର ନୟାପଲ୍ଲୀରେ ମହିଳାଙ୍କ ତଣ୍ଟିକାଟି ଲୁଟ୍ ଉଦ୍ୟମ ଘଟଣାରେ ଯୁବକକୁ କାବୁ କଲା ସ୍ପୋଶାଲ ସ୍କ୍ୱାଡ଼୍ । ଗତ ସୋମବାର ନୟାପଲ୍ଲୀ ଭିଆଇପି କଲୋନୀରେ ରାସ୍ତାରେ ଯାଉଥିବା ବେଳେ ମହିଳାଙ୍କ ଠାରୁ ଲୁଟ୍ ଉଦ୍ୟମ ହୋଇଥିଲା । ଠିକ୍ ସେହି ସମୟରେ ମହିଳା ଜଣକ ଦୁର୍ବୁତ୍ତର ଆକ୍ରମଣ ଶିକାର ହୋଇଥିଲେ । ଯାହାଫଳରେ ତାଙ୍କର ତଣ୍ଟି କଟିଯାଇଥିଲା । ଯାହାର ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ୍ ହୋଇଥିଲା । ପରେ ସେହି ସିସିଟିଭି ଫୁଟେଜ୍ ମାଧ୍ୟମରେ ପୋଲିସ୍ ସେହି ଦୁର୍ବୁର୍ତ୍ତକୁ ଧରିବାରେ ସଫଳ ହୋଇଛି ଏବଂ କାହିିଁକି ଆକ୍ରମଣ କରିଥିଲା ଜାଣିବାକୁ ଚାଲିଛି ପଚରାଉଚରା ।

Leave A Reply

Your email address will not be published.