କରୋନାର ଦ୍ବିତୀୟ ଲହର, ଦେଶରୁ ଯାଇଛି ୫୯୪ ଜଣ ଡାକ୍ତରଙ୍କ ଜୀବନ

କରୋନାର ଦ୍ବିତୀୟ ଲହର ଶିଖର ଛୁଇଁଥିବାବେଳେ ସମ୍ମୁଖ ଯୋଦ୍ଧା ସାଜିଥିବା ଡାକ୍ତରମାନେ ମଧ୍ୟ ଏଥିରୁ ନିଜକୁ ରକ୍ଷା କରିପାରିନାହାନ୍ତି । ଦେଶରେ ମୋଟ ୫୯୪ ଡାକ୍ତରଙ୍କ ଜୀବନ ବୋଲି ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ ପକ୍ଷରୁ ଏହି ସୂଚନା ଦିଆଯାଇଛି । ସେମଧ୍ୟରୁ ଓଡ଼ିଶାରୁ ୨୨ ଜଣ ଡାକ୍ତର ଅଛନ୍ତି ବୋଲି ଜଣାପଡିଛି । ଦିଲ୍ଲୀରୁ ସର୍ବାଧିକ ୧୦୭ ଡାକ୍ତର କରୋନାରେ ମୃତ୍ୟୁବରଣ କରିଛନ୍ତି । ବିହାରରେ ୯୬ ଓ ଉତ୍ତରପ୍ରଦେଶରେ ଏହି ସଂଖ୍ୟା ରହିଛି ୬୭ । ଦିଲ୍ଲୀର ୨୫ ବର୍ଷୀୟ ଡାକ୍ତର ଆନନ୍ଦ ମିଜାହିଦ ହେଉଛନ୍ତି କରୋନାରେ ମୃତ୍ୟୁବରଣ କରିଥିବା ସର୍ବକନିଷ୍ଠ ଡାକ୍ତର ସୂଚନା ମିଳିଛି । କରୋନା ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୩ଶହ କାର୍ଯ୍ୟରତ ଡାକ୍ତର ପ୍ରାଣ ହରାଇଥିବା କହିଛି ଇଣ୍ଡିଆନ୍ ମେଡିକାଲ୍ ଆସୋସିସଏସନ୍ । ପ୍ରଥମ ଲହରରେ କରୋନା ନେଇଥିଲା ୭୪୭ ଡାକ୍ତରଙ୍କ ଜୀବନ । ସେତେବେଳେ ତାମିଲନାଡୁରେ ସର୍ବାଧିକ ୯୧, ମହାରାଷ୍ଟ୍ରରେ ୮୧, ପଶ୍ଚିମବଙ୍ଗରେ ୭୧ ଡାକ୍ତରଙ୍କ ମୃତ୍ୟୁ ହୋଇଛି। ସେହିପରି ପ୍ରଥମ ଲହରରେ ଆନ୍ଧ୍ରପ୍ରଦେଶରୁ ୭୦, କର୍ଣ୍ଣାଟକରେ ୬୮, ଉତ୍ତରପ୍ରଦେଶରେ ୬୫, ଗୁଜରାଟରେ ୬୨ ଜଣ ମୃତ୍ୟୁବରଣ କରିଥିଲେ । ସେତେବେଳେ ଓଡ଼ିଶାରେ ୧୪ ଜଣ କାର୍ଯ୍ୟରତ ଡାକ୍ତର ପ୍ରାଣ ହରାଇଥିଲେ ।

Leave A Reply

Your email address will not be published.