ବାତ୍ୟା ୟାସ ଯୋଗୁଁ ଓଡିଶାରେ ୬୧୦ କୋଟି ଟଙ୍କା କ୍ଷତି

ମେ ୨୬ରେ ହୋଇଥିବା ବାତ୍ୟା ୟାସ ଯୋଗୁଁ ଓଡିଶାର ୬୧୦ କୋଟି ଟଙ୍କା କ୍ଷତି ହୋଇଛି ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର ପି.କେ ଜେନା ଜଣାଇଛନ୍ତି। ସେ ଆହୁରି କହିଛନ୍ତି ଯେ, ୫୨୦ କୋଟି ଟଙ୍କାର ସରକାରୀ ସମ୍ପତ୍ତି କ୍ଷତିଗ୍ରସ୍ତ ହୋଇଥିବାବେଳେ ୯୦ କୋଟି ଟଙ୍କାର ବ୍ୟକ୍ତିଗତ ସମ୍ପତ୍ତି ୟାସ୍ ଦ୍ୱାରା ପ୍ରଭାବିତ ହୋଇଛି। ରିଲିଫ କାମ ପାଇଁ ୬୬ କୋଟି ଟଙ୍କା ଆବଶ୍ୟକ ବୋଲି ସେ କହିଛନ୍ତି। ୧୧,୦୦୦ ଗାଁର ୬୦ ଲକ୍ଷ ଲୋକ ୟାସ୍ କାରଣରୁ ପ୍ରଭାବିତ ହୋଇଥିଲେ। ଉଚ୍ଚ ଜୁଆର ଯୋଗୁଁ ସମୁଦାୟ ୧୫୦ ଟି ଗାଁ ଜଳମଗ୍ନ ହୋଇଯାଇଥିଲା। ଉଚ୍ଚ ଜୁଆର ପରେ ଲୁଣିଆ ଜଳ ଚାଷ ଜମିରେ ବୁଡ଼ିଯାଉଥିବାରୁ ଚାଷୀମାନେ ଖରିଫ ଫସଲ ଚାଷ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଓୟୁଏଟି ଓ କେନ୍ଦ୍ରୀୟ ଚାଉଳ ଅନୁସନ୍ଧାନ କେନ୍ଦ୍ରରୁ ଏକ ରିପୋର୍ଟ ମଗାଯାଇଛି ଯିଏ ଭୂମିରେ ପରିସ୍ଥିତି ଅନୁଧ୍ୟାନ କରିବେ। ଶକ୍ତି ବିଭାଗ ଏହାର ୧୫୦ କୋଟି ଟଙ୍କା କ୍ଷତି ସହିଥିବାବେଳେ ପ୍ରାୟ ୩୦ ଲକ୍ଷ ବିଦ୍ୟୁତ ଉପଭୋକ୍ତା ପ୍ରଭାବିତ ହୋଇଥିବା ଦର୍ଶାଇଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ୯୯.୮% ଗ୍ରାହକଙ୍କୁ ବିଦ୍ୟୁତ୍ ଯୋଗାଣ ପୁନଃସ୍ଥାପିତ ହୋଇଛି। ପଞ୍ଚାୟତରାଜ ବିଭାଗ ୨୭୭ କୋଟି ଟଙ୍କା କ୍ଷତି ହୋଇଥିବା ରିପୋର୍ଟ କରିଛି। ସେହିଭଳି ଜଳସମ୍ପଦ ବିଭାଗ ପ୍ରାୟ ୧୦୮ କୋଟି ଟଙ୍କା କ୍ଷତି ସହିଛି।କାର‌୍ୟ୍ୟ ବିଭାଗ ୭୫ କୋଟି ଟଙ୍କା କ୍ଷତିଗ୍ରସ୍ତ ହୋଇଥିବାବେଳେ ଗ୍ରାମ୍ୟ ଉନ୍ନୟନ ବିଭାଗ ୬୦ କୋଟି ଟଙ୍କା କ୍ଷତି ସହିଛି।

Leave A Reply

Your email address will not be published.