ଖସୁଛି କରୋନା ମିଟର

ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପୂର୍ବାପେକ୍ଷା କମୁଥିବାରୁ ଲକ୍ଷ୍ୟ କରାଯାଇଛି । ଗତ ୨୪ ଘଣ୍ଟାରେ ୮୮୩୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ଓ ଲୋକସମ୍ପର୍କ ବିଭାଗ ଜଣାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟିନ ସେଣ୍ଟରରୁ ୪୯୪୮ ରହିଥିବାବେଳେ ୩୮୯୧ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ବୋଲି ସୂଚନା ମିଳିଛି । ଆଜି ଅନୁଗୁଳରୁ ୪୧୪, ବାଲେଶ୍ୱରରୁ ୩୯୫, ବରଗଡରୁ ୧୯୩, ଭଦ୍ରକରୁ ୪୧୯, ବଲାଙ୍ଗୀରରୁ ୮୯, ବୌଦ୍ଧରୁ ୧୭୯, କଟକରୁ ୭୬୯, ଦେବଗଡ଼ରୁ ୮୪, ଢେଙ୍କାନାଳରୁ ୫୧୦, ଗଜପତିରୁ ୫୨, ଗଞ୍ଜାମରୁ ୧୬୬, ଜଗତସିଂହପୁରରୁ ୩୧୭, ଯାଜପୁରରୁ ୪୯୩, ଝାରସୁଗୁଡ଼ାରୁ ୧୨୧, କଳାହାଣ୍ଡିରୁ ୧୪୫, କନ୍ଧମାଳରୁ ୫୮ରୁ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି  କେନ୍ଦ୍ରାପଡାରୁ ୩୦୨, କେନ୍ଦୁଝରରୁ ୧୮୮, ଖୋର୍ଦ୍ଧାରୁ ୧୨୩୫, କୋରାପୁଟରୁ ୯୯, ମାଲକାନଗିରିରୁ ୮୫, ମୟୂରଭଞ୍ଜରୁ ୫୮୩, ନବରଙ୍ଗପୁରରୁ ୧୨୯, ନୟାଗଡ଼ରୁ ୨୪୬, ନୂଆପଡାରୁ ୩୪, ପୁରୀରୁ ୪୩୮, ରାୟଗଡ଼ାରୁ ୨୧୬, ସମ୍ବଲପୁରରୁ ୧୯୪, ସୋନପୁରରୁ ୧୧୮, ସୁନ୍ଦରଗଡରୁ ୩୩୮ ଓ ରାଜ୍ୟ ପୁଲରୁ ୨୦୦ ଜଣ ସଂକ୍ରମିତ ରହିଛନ୍ତି । ନୂଆ ସଂକ୍ରମିତଙ୍କୁ ମିଶାଇ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୯୦୯୭୦କୁ ବୃଦ୍ଧି ପାଇଛି । ସେପଟେ ୮୫୪୨୩ ଜଣ ସଂକ୍ରମିତ ଚିକିତ୍ସାଧୀନ ଅଛନ୍ତି ଓ ୭୦୨୬୨୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏଯାବତ ୧୧୯୭୨୨୨୬ଟି କରୋନା ନମୁନା ଯାଞ୍ଚ ହୋଇଛି ।

Leave A Reply

Your email address will not be published.