ଜାଲିଆତି କରି ଧରାପଡ଼ିଲେ କେନ୍ଦ୍ରାପଡ଼ା ସାଂସଦଙ୍କ ପିତା

ଜାଲ୍ ସାର୍ଟିଫିକେଟ୍ ଦେଇ ସିନିୟର ଅଧ୍ୟାପକରୁ ରିଡର ପାହ୍ୟାକୁ ପଦୋନ୍ନତି ପାଇଥିବା କନ୍ଦରପୁର କଲେଜର ଅବସରପ୍ରାପ୍ତ ଇଂରାଜୀ ଅଧ୍ୟାପକ ଅଭୟ କୁମାର ମହାନ୍ତିଙ୍କୁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ କଡ଼ା ଭାଷାରେ ଭର୍ତ୍ସନା କରିଛି। ଏହାସହିତ ସେ ଦାବି କରୁଥିବା ପେନସନ୍ ସୁବିଧାକୁ ମଧ୍ୟ ବିଭାଗ ଖାରଜ କରି ଦେଇଛନ୍ତି। ଶ୍ରୀ ମହାନ୍ତି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ପିତା। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଗତକାଲି(ଜୁନ୍ ୧)ରେ ଜାରି ନିର୍ଦ୍ଦେଶନାମା ଅନୁସାରେ, ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରା ୨୦୨୧ ଏପ୍ରିଲ ୭ତାରିଖରେ ଦିଆଯାଇଥିବା ରାୟକୁ ଆଧାର କରି ଉଚ୍ଚଶିକ୍ଷା ବିଭାଗ ଶ୍ରୀ ମହାନ୍ତିଙ୍କ ବିରୁଦ୍ଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଶ୍ରୀ ମହାନ୍ତି ରିଡର ପାହ୍ୟାର ପେନସନ୍ ସୁବିଧା ପାଇବା କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । କିନ୍ତୁ କୋର୍ଟ ଏହି ମାମଲାର ଶୁଣାଣି କରି ଆବେଦନକାରୀ ଜାଲ୍ ସାର୍ଟିଫିକେଟ୍ ଦେଇଥିବା ଭଳି ଲାଗୁଛି,ଯାହାକି କର୍ତ୍ତୃପକ୍ଷଙ୍କ ଦ୍ୱାରା ଯାଂଚ କରାଯିବାର ଆବଶ୍ୟକତା ରହିଛି ବୋଲି କହିଥିଲେ। ଏସବୁ ପ୍ରକ୍ରିୟା ସରିବାପରେ ଆବେଦନକାରୀଙ୍କୁ ତାଙ୍କର ସମସ୍ତ ଆବଶ୍ୟକ ପ୍ରାପ୍ୟ କର୍ତ୍ତୃପକ୍ଷ ପ୍ରଦାନ କରିବେ ବୋଲି ରାୟ ଦେଇଥିଲେ।

Leave A Reply

Your email address will not be published.