ଭାଇରାଲ ହେବା ପରେ ପଶିଲା ଚେତା

ମୟୂରଭଞ୍ଜ ଜିଲ୍ଲା ବାଙ୍କିଶୋଳ ସ୍ଥିତ କୋଭିଡ୍ ହସ୍‌ପିଟାଲ୍‌ର ଅବ୍ୟବସ୍ଥା ସଂପର୍କିତ ଫଟୋ ଓ ଭିଡିଓ ଭାଇରାଲ ହେବା ପରେ ପ୍ରଶାସନର ଚେତା ପଶିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ହସ୍‌ପିଟାଲର ସବୁ ୱାର୍ଡରେ ସିସିଟିଭି ଲଗାଯାଇଛି। ଏଥିସହ ହସ୍‌ପିଟାଲ୍‌ର ସ୍ୱାସ୍ଥ୍ୟ କର୍ମଚାରୀ ପିପିଇ କିଟ୍ ପିନ୍ଧି ବୟସ୍କ କରୋନା ଆକ୍ରାନ୍ତଙ୍କୁ ନିଜ ହାତରେ ଖୁଆଇ ଦେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି, ଯାହାକୁ ଗତକାଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି କରାଯାଇଛି। ଚାରି ଦିନ ତଳେ ଏହି କୋଭିଡ୍ ହସ୍‌ପିଟାଲ୍‌ ଭିତରର କିଛି ଫଟୋ ଓ ଭିଡିଓ ଭାଇରାଲ ହୋଇଥିଲା। ଏଥିରେ ଚିକିତ୍ସାଧୀନ କୋଭିଡ୍‌ ରୋଗୀମାନେ ହସ୍‌ପିଟାଲ୍‌ରେ ଏଣେତେଣେ ପଡ଼ିଥିବା ଦେଖିବାକୁ ମିଳିଥିଲା। କିଏ ହସ୍‌ପିଟାଲ୍ ବାରଣ୍ଡାରେ ତ ଆଉ କିଏ ୱାଶ୍‌ ରୁମ୍ ବେସିନ୍ ତଳେ ପଡ଼ିଥିଲେ। ପୁଣି କେହି କେହି ବେଡ୍ ପାଖରେ ସଂପୂର୍ଣ୍ଣ ଉଲଗ୍ନ ହୋଇ ପଡ଼ିଥିଲେ ଓ ପାଖରେ ଖାଦ୍ୟ ପଦାର୍ଥ ପଡ଼ିଥିଲା। କୋଭିଡି ହସ୍‌ପିଟାଲ୍‌ର ଏଭଳି କଦର୍ଯ୍ୟ ଦୃଶ୍ୟ ଦେଖି ବିଭିନ୍ନ ବର୍ଗର ଲୋକେ ତୀବ୍ର ସମାଲୋଚନା କରିଥିଲେ।ଫଟୋ ଓ ଭିଡିଓ ଭାଇରାଲ ହେବା ପରେ ମୟୂରଭଞ୍ଜ ଜିଲ୍ଲାପାଳ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିବା ସହିତ ସିସିଟିଭି ଲଗାଯିବ ବୋଲି କହିଥିଲେ।

Leave A Reply

Your email address will not be published.