ଅନଲାଇନ ଗାର୍ଲଫ୍ରେଣ୍ଡ ପ୍ରଲୋଭନରେ ଲୁଟିନେଲେ ୯୫ ହଜାର ଟଙ୍କା

କରୋନା ମହାମାରୀ ଜାରି ରହିଥିବାରୁ ଲୋକେ ଅନଲାଇନରେ ସମସ୍ତ ସୁବିଧା ପାଇପାରୁଛନ୍ତି । କଟକ ବିଡାନାସୀର ଜଣେ ଯୁବକ ଅନଲାଇନରେ ଗାର୍ଲଫ୍ରେଣ୍ଡ ଅର୍ଡର କରିବା ଚକ୍କରରେ ୯୫ ହଜାର ଟଙ୍କା ହରାଇଛନ୍ତି । ବର୍ତ୍ତମାନ ବିଭିନ୍ନ ପ୍ରକାର ଆପ୍ ମାଧ୍ୟରେ ବନ୍ଧୁ ଓ ବନ୍ଧୁରୁ ପ୍ରେମ ହେଉଥିବା ଖବର ସାମ୍ନାକୁ ଆସୁଛି । ସେହିଭଳି ଆପ୍ ମାଧ୍ୟମରେ ଟଙ୍କା ଦେଇ ନିଜ ପସନ୍ଦ ଝିଅଙ୍କ ସହ ବନ୍ଧୁତା ସ୍ଥାପନ କରି ଡେଟିଂ ଚାଟିଂ କରିବା ସୁବିଧା ରହିଥିଲା । ଏପରିକି ଗାର୍ଲଫ୍ରେଣ୍ଡ ବି ପେମେଣ୍ଟ ପରେ ହୋମ୍‌ ଡେଲିଭରି ହୋଇଥାନ୍ତେ । ଯୁବକ ଦେଇଥିବା ନିର୍ଦ୍ଧାରିତ ଠିକଣାରେ ଗାର୍ଲଫ୍ରେଣ୍ଡ ଭଳି ପାର୍ସଲ ପହଞ୍ଚିଥାନ୍ତା । ହେଲେ ଯୁବକଙ୍କ ଟଙ୍କା ତ ଗଲା ହେଲେ ଗାର୍ଲଫ୍ରେଣ୍ଡ ଆସିଲେନି । ୱେବ୍‌ସାଇଟ୍‌ରୁ ନିଜ ମନପସନ୍ଦର ଗାର୍ଲଫ୍ରେଣ୍ଡ ଚୟନ କରି ଘରେ ହୋମଡେଲିଭେରି ପ୍ରକ୍ରିୟାକରଣରେ ଯୁବକ ଜଣକ ମୋଟା ଅଙ୍କର ଅର୍ଥାତ ୯୫ ହଜାର ହରେଇଛନ୍ତି । ସାଇବର ଠକମାନେ ୯୫ ହଜାର ଟଙ୍କା ଲୁଟିନେଇଥିବାବେଳେ ୱେବ୍‌ସାଇଟ୍‌ ବନ୍ଦ ଓ ଫୋନ୍‌ ବି ସୁଇଚ୍‌ ଅଫ୍‌ କରି ରଖିଛନ୍ତି। ଯୁବକ ଜଣକ ଶେଷରେ ପୋଲିସର ଦ୍ୱାରସ୍ଥ ହୋଇ ହସ୍ତକ୍ଷେପ ଲୋଡିଛନ୍ତି । ଏନେଇ ବିଡ଼ାନାସୀ ଥାନାରେ ଏତଲା ମଧ୍ୟ ଦାୟର କରିଛନ୍ତି । ପୋଲିସ ଦେଇଥିବା ସୂଚନା ମୁତାବକ, ବିଡ଼ାନାସୀ ଥାନା ଅଞ୍ଚଳର ଉକ୍ତ ଯୁବକ ସପ୍ତାହକ ତଳେ ଇଣ୍ଟରନେଟ୍‌ରେ ଏକ ଡେଟିଂ ୱେବ୍‌ସାଇଟ୍‌ ଖୋଜୁଥିଲେ। ପସନ୍ଦ ମୁତାବକ ଏକ ୱେବ୍‌ସାଇଟ୍‌ ମଧ୍ୟ ସେ ପାଇଲେ । ଏହା ପରେ ଉକ୍ତ ୱେବ୍‌ସାଇଟ୍‌ରୁ ବିଭିନ୍ନ ତଥ୍ୟ ଦେଖିଲେ । ସେଥିରେ ଝିଅମାନଙ୍କ ସହିତ ଡେଟିଂ କରିବା ପାଇଁ ସୂଚନା ଦିଆଯାଇଥାଏ । ଯୁବକ ଜଣକ ଏକ ଝିଅର ଫଟୋ ପସନ୍ଦ କରି ନିଜର ଗାର୍ଲଫ୍ରେଣ୍ଡ ଭାବେ ତା ସହିତ ଡେଟିଂ କରିବା ପାଇଁ ଅପ୍ସନ୍‌ ମଧ୍ୟ ଚୟନ କଲେ । ଏହା ପରେ ଅପସନ୍‌ ଆସିଲା କି ଯୁବତୀଙ୍କୁ ହୋଟେଲ୍‌, ପାର୍କ କିମ୍ବା ନିଜ ଘରକୁ ମଧ୍ୟ ନେଇପାରିବେ । ଗାର୍ଲଫ୍ରେଣ୍ଡ ପାଇବା ଲୋଭରେ ଭୋଳ ଯୁବକ ଜଣକ ସଂପୃକ୍ତ ଯୁବତୀଙ୍କୁ ଘରକୁ ଆଣିବା ପାଇଁ ସ୍ଥିର କଲେ ।

Leave A Reply

Your email address will not be published.