ମୟୂରଭଞ୍ଜ ଜିଲ୍ଲା ତିରିଙ୍ଗ ଥାନା ଅଞ୍ଚଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

ମୟୂରଭଞ୍ଜ ଜିଲ୍ଲା ତିରିଙ୍ଗ ଥାନା ଅଞ୍ଚଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ଟ୍ରକ୍ ଧକ୍କାରେ କକା, ପୁତୁରା ସମେତ ୩ଜଣଙ୍କ ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଜାତୀୟ ରାଜପଥ ଅବରୋଧ କରିଛନ୍ତି। ସୂଚନାନୁଯାୟୀ, ତିରିଙ୍ଗ ଥାନା ଡାଳିମା ଛକରେ ବେପରୁଆ ଗାଡିଚାଳନା ପାଇଁ ଏହି ସଡକ ଦୁର୍ଘଟଣା ଘଟିଛି । ଟ୍ରକ୍ ରାସ୍ତାରେ ଠିଆ ହୋଇଥିବା ସମୟରେ କକା ଓ ପୁତୁରାଙ୍କ ଉପରେ ଚଢିଯାଇଥିଲା । ପରେ ଗୋଟେ ବାଇକକୁ ମଧ୍ୟ ଧକ୍କା ଦେବା ଫଳରେ ୩ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି। ସ୍ଥାନୀୟ ଲୋକେ ୨୨୦ ଜାତୀୟ ରାଜପଥକୁ ଅବରୋଧ କରିବା ସହ କ୍ଷତିପୂରଣ ଦାବି କରିଛନ୍ତି । ଫଳରେ ଯାତାୟତ ଠପ୍ ହୋଇଯାଇଛି । ତେବେ ପୋଲିସ ପହଁଚି ଉତ୍ୟକ୍ତଙ୍କୁ ବୁଝାସୁଝା କରୁଛି ।

Leave A Reply

Your email address will not be published.