ଆଜି ୭୩୯୫ କରୋନା ପଜିଟିଭ୍ ଚିହ୍ନଟ

ଧୀରେ ଧୀରେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମୁଥିବାର ପରିଲକ୍ଷିତ ହୋଇଛି । ତେବେ ଗତ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ଟପିଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୭୩୯୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୦୬୦୯୪ରେ ପହଞ୍ଚିଛି ବୋଲି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଜଣାଇଛି । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୧୬୯ଜଣ କ୍ୱାରେଣ୍ଟାଇନ୍‌ରୁ ହୋଇଥିବା ବେଳେ ୩୨୨୬ଜଣ ଲୋକାଲ୍‌ କେସ୍‌ ରହିଛନ୍ତି । ଆଜି ଅନୁଗୁଳରୁ ୪୪୩ଜଣ, ବାଲେଶ୍ୱରରୁ ୨୮୫ଜଣ, ବରଗଡ଼ରୁ ୧୭୧ଜଣ, ଭଦ୍ରକରୁ ୨୩୮ଜଣ, ବଲାଙ୍ଗୀରରୁ ୮୧ଜଣ, ବୌଦ୍ଧରୁ ୧୩୩ଜଣ, କଟକରୁ ୮୬୮ଜଣ, ଦେଓଗଡ଼ରୁ ୫୭ଜଣ, ଢେଙ୍କାନାଳରୁ ୮୧ଜଣ, ଗଜପତିରୁ ୫୨ଜଣ, ଗଞ୍ଜାମରୁ ୬୯ଜଣ, ଜଗତସିଂହପୁରରୁ ୨୮୮ଜଣ, ଯାଜପୁରରୁ ୫୧୬ଜଣ, ଝାରସୁଗୁଡ଼ାରୁ ୬୬ଜଣ, କଳାହାଣ୍ଡିରୁ ୧୬୬ଜଣ, କନ୍ଧମାଳରୁ ୭୬ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି କେନ୍ଦ୍ରାପଡ଼ାରୁ ୩୪୧ଜଣ, କେନ୍ଦୁଝରରୁ ୧୫୮ଜଣ, ଖୋର୍ଦ୍ଧାରୁ ୧୦୬୯ଜଣ, କୋରାପୁଟରୁ ୧୬୧ଜଣ, ମାଲକାନଗିରିରୁ ୧୧୦ଜଣ, ମୟୁରଭଞ୍ଜରୁ ୩୮୪ଜଣ, ନବରଙ୍ଗପୁରରୁ ୧୯୬ଜଣ, ନୟାଗଡ଼ରୁ ୨୪୩ଜଣ, ନୂଆପଡ଼ାରୁ ୨୨ଜଣ, ପୁରୀରୁ ୩୫୬ଜଣ, ରାୟଗଡ଼ାରୁ ୧୨୫ଜଣ, ସମ୍ବଲପୁରରୁ ୧୩୭ଜଣ, ସୋନପୁରରୁ ୯୧ଜଣ, ସୁନ୍ଦରଗଡ଼ରୁ ୨୬୭ଜଣ, ଷ୍ଟେଟ୍‌ ପୁଲ୍‌ରୁ ୧୪୫ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.