ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ଅପରାଜିତା

2020-21 ପାଇଁ SDGରେ ରାଜ୍ୟଗୁଡିକର ପ୍ରଦର୍ଶନ ଉପରେ NITI ଆୟୋଗଙ୍କ ରିପୋର୍ଟ ବାହାରିଛି। ତେବେ ଏଥିରେ ଓଡିଶା ପୁର୍ବ ବର୍ଷ ତୁଳନାରେ ଚାରୋଟି ସ୍ଥାନ ତଳକୁ ଖସି 19 ତମ ସ୍ଥାନରେ ରହିଛି। ଆଜି ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡଙ୍ଗୀ ଏକ ପ୍ରେସ୍ ମିଟ୍ ଡାକିରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଓଡିଶା ଦେଶରେ 4 ଟି ସ୍ଥାନ ତଳକୁ ଖସି -ସର୍ବନିମ୍ନ 5 ଟି ରାଜ୍ୟ ମଧ୍ୟରେ ରହିଛି। ଜନସଂଖ୍ୟାର 33% ଏବେବି ଦାରିଦ୍ର ସୀମାରେଖା ତଳେ ଅଛନ୍ତି । ଜାତୀୟ ମହିଳା ଅପରାଧ  ତାଲିକାରେ ମଧ୍ୟ ରାଜ୍ୟ ଅନ୍ଯ ରାଜ୍ୟ ତୁଳନାରେ ଆଗରେ ଏବଂ ଗୋଟିଏ ସରକାର 20 ବର୍ଷ ଶାସନରେ ରହିବା ପରେ ଏହା ଦୁର୍ଭାଗ୍ୟଜନକ ଏବଂ ଲଜ୍ଜାଜନକ। ସେ କହିଛନ୍ତି ରାଜ୍ୟର ଏହିପରି ପ୍ରଦର୍ଶନ ରାଜ୍ୟବାସିଙ୍କୁ ମର୍ମାହତ କରିଛି। ଦାରିଦ୍ର୍ଯ ତାଲିକାରେ ରାଜ୍ୟ ତଳ ଆଡୁ ତିନି ନମ୍ବରରେ ରହିଛି ଏବଂ ଗତବର୍ଷ ଆଉ ଚଳିତ ବର୍ଷ ମଧ୍ୟରେ କୌଣସି ପରିବର୍ତ୍ତନ ଘଟିନାହିଁ ବୋଲି ସେ କହିଛନ୍ତି। ଏହା ସହିତ ସେ 14.2 ପ୍ରତିଶତ ଲୋକେ କଚ୍ଚା ଘରେ ରହୁଛନ୍ତି, କହିଛନ୍ତି ରାଜ୍ୟର ରାଜଧାନୀ ଭୁବନେଶ୍ଵରରେ ଏବେବି ଅନେକ ଲୋକ କଚ୍ଚା ଘରରେ ରହୁଛନ୍ତି ତେବେ ରାଜ୍ୟର ଅନ୍ୟ ପଛୁଆ ଅଞ୍ଚଳରେ ଅବସ୍ଥା କଣ ଥିବ ତାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି।

Leave A Reply

Your email address will not be published.