ଚାଲିବ ହାଇକୋର୍ଟ

କରୋନା କଟକଣା ଯୋଗୁଁ ରାଜ୍ୟରେ ଲକଡାଉନ ବୃଦ୍ଧି ହେବା ପରେ ଆସନ୍ତା ସୋମବାରଠାରୁ ଭିଡିଓ କନଫରେନ୍ସିଂରେ ଚାଲିବ ହାଇକୋର୍ଟରେ ଶୁଣାଣି  ହେବ ବୋଲି କୁହାଯାଇଛି । ଜୁଲାଇ ୨ ତାରିଖ ଯାଏଁ ଭିଡିଓ କନଫରେନ୍ସିଂରେ ମାମଲାର ଶୁଣାଣି ହେବ । ପ୍ରତି କାର୍ଯ୍ୟ ଦିବସରେ ଗୋଟିଏ ଡିଭିଜନ ବେଞ୍ଚ ଓ ୬ଟି ସିଙ୍ଗଲ ବେଞ୍ଚ କାମ କରିବେ । ସକାଳ ସାଢ଼େ ୧୦ଟାରୁ ଭିଡିଓ କନଫରେନ୍ସିଂରେ ମାମଲାର ଶୁଣାଣି ହେବ । ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ହାଇକୋର୍ଟ କାମ ଜାରି ରହିବ । ସେହିପରି ସଂକ୍ରମଣ ଭୟ ରହିଥିବାରୁ ଅଫିସର ଓ କର୍ମଚାରୀଙ୍କ ବ୍ୟତୀତ ଆଉ କାହାରିକୁ କୋର୍ଟ ଭିତରକୁ ପ୍ରବେଶ ଅନୁମତି ନାହିଁ । ଅନଲାଇନରେ ଅଭିଯୋଗ ଓ କାଗଜପତ୍ର ଦାଖଲ ପ୍ରକ୍ରିୟା ଚାଲିବ । ନୂଆ ମାମଲା ସହ ଡକ୍ୟୁମେଣ୍ଟ ଦାଖଲ ଡ୍ରପ ବକ୍ସ, ଇ-ମେଲ ବା ଇ-ପୋର୍ଟାଲରେ କରିବେ । ସେହିଭଳି ଜୁନ ୭ରୁ ଜୁଲାଇ ୨ ତାରିଖ ପର୍ଯ୍ୟନ୍ତ ନିମ୍ନ ଅଦାଲତ ଓ ଟ୍ରିବ୍ୟୁନାଲ ପାଇଁ ହାଇକୋର୍ଟଙ୍କ ପକ୍ଷରୁ ଗାଇଡଲାଇନ ଜାରି ହୋଇଛି ।

Leave A Reply

Your email address will not be published.