ସୋସିଆଲ ମିଡିଆ ସାଇଟ୍ ଟ୍ବିଟରର ମନମାନି

fulbani poura parisada

ସୋସିଆଲ ମିଡିଆ ସାଇଟ୍ ଟ୍ୱିଟର ବନ୍ଦ କରିବାକୁ କେନ୍ଦ୍ର ସରକାରଙ୍କ ମଧ୍ୟରେ ବିବାଦର ଥମିବାର ନାଁ ଧରୁନି । ନୂତନ ସୋସିଆଲ ମିଡିଆ ଗାଇଡଲାଇନକୁ କାର୍ଯ୍ୟକାରୀ ନକରିବା ନେଇ ଗତ କିଛିଦିନ ହେବ ଦେଶରେ ଆଲୋଡ଼ନ ଦେଖାଦେଇଛି। ଏଭଳି ପରିସ୍ଥିତିରେ ଟ୍ୱିଟର ପୁଣି ଏକ ନୂଆ ବିବାଦ ସୃଷ୍ଟି କରିଛି। ଟ୍ବିଟର ଭାରତର ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁଙ୍କ ବ୍ୟକ୍ତିଗତ ଟ୍ୱିଟର ଆକାଉଣ୍ଟରୁ ବ୍ଲୁ ଟିକ୍ ହଟାଇ ଦେଇଥିଲା । ଉପରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ଏ ବିଷୟରେ ସୂଚନା ଦେଇଥିଲା। ସୂଚନାଯୋଗ୍ୟ ଯେ, ଟ୍ୱିଟର ଆକାଉଣ୍ଟରେ ବ୍ଲୁ ଟିକର ଅର୍ଥ ଯାଞ୍ଚ ହୋଇଥିବା ଆକାଉଣ୍ଟ ଭାବରେ ବିବେଚନା କରାଯାଏ । ପରେ ଉପରାଷ୍ଟ୍ରପତିଙ୍କ ବ୍ୟକ୍ତିଗତ ହ୍ୟାଣ୍ଡେଲର ବ୍ଲୁ ଟିକ୍ ଟ୍ୱିଟର ପୁନଃସ୍ଥାପିତ କରିଛି। ଜୁଲାଇ ୨୦୨୦ ଠାରୁ ଆକାଉଣ୍ଟ ନିଷ୍କ୍ରିୟ ହୋଇଥିବାରୁ ଟ୍ୱିଟର ଅନୁଯାୟୀ ବ୍ଲୁ ଟିକ୍ ହଟାଯାଇଥିଲା। ଯଦି ଆକାଉଣ୍ଟ ନିଷ୍କ୍ରିୟ ହୋଇଯାଏ କିମ୍ବା ଅସମ୍ପୂର୍ଣ୍ଣ ହୁଏ ତେବେ ଟ୍ୱିଟର ବ୍ଲୁ ଟିକ୍ ଯାଞ୍ଚ ହୋଇଥିବା ବ୍ୟାଜ୍ ଓ ଯାଞ୍ଚ ସ୍ଥିତିକୁ ହଟାଇପାରେ।

057 code kasam
Leave A Reply

Your email address will not be published.