ଉଠା ଦୋକାନୀଙ୍କ ପାଇଁ ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କରୋନା ସଂକ୍ରମଣ ମଧ୍ୟରେ ବ୍ୟବସାୟ ଏକ ପ୍ରକାର ଠପ୍ ହୋଇଯାଇଛି । ଯାହାଫଳରେ ରହିବା ,ଖାଇବା ,ପିଇବାରେ ବିଭିନ୍ନ ସମସ୍ୟା ଉପୁଜୁଛି । ତେବେ ଏହାକୁ ଦୃଷ୍ଟିରେ ରଖି ଉଠା ଦୋକାନୀଙ୍କ ପାଇଁ ସରକାର ପ୍ୟାକେଜ୍ ଘୋଷଣା କରିଛନ୍ତି । ସହରାଞ୍ଚଳର ସବୁ ଉଠା ଦୋକାନୀଙ୍କ ପାଇଁ ପାଣ୍ଠି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ । ଏହିପାଇଁ ୨୬ କୋଟି୨୯ ଲକ୍ଷ୭୧ ହଜାର ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଅର୍ଥ ରାଶି ମଂଞ୍ଜୁର ହୋଇଛି । ଲକ୍‌ଡ଼ାଉନ୍ ବେଳେ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ଉଠାଦୋକାନୀ ମାନେ । ଏହାକୁ ଦୃଷ୍ଟିରେ ରଖି ସରକାର ଏପରି ଘୋଷଣା କରିଛନ୍ତି । ଯାହାଫଳରେ ରାଜ୍ୟର ୮୭ହଜାର୬୫୭ ଉଠା ଦୋକାନୀ ଉପକୃତ ହେବେ । 

Leave A Reply

Your email address will not be published.