ରାୟଗଡା ଜିଲ୍ଲାର ଗୁଣୁପୁର ସବ୍‌-ଜେଲରେ କଏଦୀଙ୍କୁ କରୋନା ଚିନ୍ତା

ରାୟଗଡା ଜିଲ୍ଲାର ଗୁଣୁପୁର ସବ୍‌-ଜେଲରେ ୭୦ ଜଣ କଏଦୀ ଓ ପାଞ୍ଚ ଜଣ ଜେଲ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜେଲ ସୁପରିଟେଣ୍ଡେଣ୍ଟ ସୂଚନା ପ୍ରଦାନ କରିଛନ୍ତି। ଜେଲ ସୁପରିଟେଣ୍ଡେଣ୍ଟ କହିବାନୁସାରେ, ଜେଲରେ ୧୧୩ ଅନ୍ତେବାସୀ ଓ ସମସ୍ତ ଜେଲ କର୍ମଚାରୀଙ୍କ କରୋନା ଟେଷ୍ଟ ପାଇଁ ସ୍ବାବ ନମୁନା ପ୍ରଦାନ କରିଥିଲେ । ରିପୋର୍ଟ ଅନୁଯାୟୀ ୭୦ ଜଣ ଅନ୍ତେବାସୀ ଓ ୫ ଜଣ କର୍ମଚାରୀ କରୋନା ସଂକ୍ରମିତ ହୋଇଛନ୍ତି। କରୋନା ପଜିଟିଭ ଚିହ୍ନଟ ହୋଇଥିବା କଏଦୀଙ୍କୁ ପୃଥକ୍‌ ଭାବେ ଅଲଗା କୋଠରୀରେ ରଖାଯାଇଛି। ଏହାସହିତ ଜେଲକୁ ସାନିଟାଇଜ୍‌ କରାଯିବା ସହ ସଂକ୍ରମିତ ଅନ୍ତେବାସୀ ଓ କର୍ମଚାରୀଙ୍କ ସମ୍ପର୍କରେ ଆସିଥିବା ଅନ୍ୟ ବ୍ୟକ୍ତିଙ୍କ ଚିହ୍ନଟ ଲାଗି ଯାଞ୍ଚ ଜାରି ରହିଛି।

Leave A Reply

Your email address will not be published.