ମହାତ୍ମା ଗାନ୍ଧିଙ୍କ ନାତୁଣୀଙ୍କ ବିରୋଧରେ ଟଙ୍କା ଜାଲିଆତି ଅଭିଯୋଗ

ଡର୍ବାନର ଏକ କୋର୍ଟ ମହାତ୍ମା ଗାନ୍ଧିଙ୍କ ନାତୁଣୀକୁ ୬୦ ଲକ୍ଷ ଟଙ୍କା ଜାଲିଆତି ମାମଲାରେ ସାତ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସୋମବାର ଦିନ ଆଶିଷ ଲତା ରାମଗୋବିନଙ୍କୁ କୋର୍ଟ ଦଣ୍ଡିତ କରିଛନ୍ତି। ସେ ଶିଳ୍ପପତି ଏସ.ଆର ମହାରାଜଙ୍କୁ ଠକିଥିବା ଅଭିଯୋଗ ହୋଇଥିଲା। ମହାରାଜ ତାଙ୍କୁ ଭାରତରୁ ଏକ ସାମଗ୍ରୀ ଆମଦାନୀ କରିବା ଓ କଷ୍ଟମ୍ସ ଡ୍ୟୁଟି କ୍ଲିୟର କରିବା ପାଇଁ ତାଙ୍କୁ ୬୨ ଲକ୍ଷ ରାଣ୍ଡ (ଦକ୍ଷିଣ ଆଫ୍ରିକାର ମୁଦ୍ରାର ଏକକ) ଠକିଥିବା ଅଭିଯୋଗ ହୋଇଛି। ୫୬ ବର୍ଷିୟା ଲତା ରାମଗୋବିନ ୬ ମିଲିୟନ୍ ରାଣ୍ଡ୍ ଜାଲିଆତି ମାମଲାରେ ଅଭିଯୁକ୍ତ ଥିଲେ। ତାଙ୍କୁ ଡର୍ବାନ କୋର୍ଟ ୭ ବର୍ଷ ଜେଲ ଦଣ୍ଡ ଶୁଣାଇଛନ୍ତି। ସୋମବାର କୋର୍ଟରେ ଆଶିଷ ଲତା ରାମଗୋବିନ୍ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଆଶିଷ ଲତା ହେଉଛନ୍ତି ବିଶିଷ୍ଟ ଅଧିକାର କର୍ମୀ ଏଲା ଗାନ୍ଧୀ ଓ ସ୍ୱର୍ଗତ ମେୱା ରାମଗୋବିନ୍ଦଙ୍କ ଝିଅ। ଲତା ରାମଗୋବିନ୍ ତାଙ୍କ ଉପରେ ହୋଇଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଥିବା ଜଣାପଡ଼ିଛି।

Leave A Reply

Your email address will not be published.