ଶ୍ରୀମନ୍ଦିରର ସେବାୟତ ଓ କର୍ମଚାରୀଙ୍କୁ କରୋନା ଯୋଦ୍ଧା ସମ୍ମାନ ପାଇଁ ଦାବି କଲେ ମନ୍ଦିର ପ୍ରଶାସକ

ଶ୍ରୀ ଜଗନ୍ନାଥ ମନ୍ଦିରର ମୁଖ୍ୟ ପ୍ରଶାସକ କ୍ରିଷାନ କୁମାର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ମାଧ୍ୟମରେ ମନ୍ଦିର ସେବାୟତ ଓ କର୍ମଚାରୀମାନଙ୍କୁ କରୋନା ଯୋଦ୍ଧା ଘୋଷଣା କରିବାକୁ ଲେଖି ଜଣାଇଛନ୍ତି । ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ, ପୁରୀର କର୍ମଚାରୀମାନେ ଏହି ମହାମାରୀ ସମୟରେ ବିଭିନ୍ନ କାର୍ଯ୍ୟ ତୁଲାଇବାରେ ଜଡିତ ଅଛନ୍ତି। ଏଥିରେ ନୀଳଚଳ ଭକ୍ତ ନିବାସରେ ଥିବା ଅନୁଷ୍ଠାନିକ ବିଚ୍ଛିନ୍ନତା ସୁବିଧାରେ କରୋନା ପଜିଟିଭ କର୍ମଚାରୀଙ୍କ ଯତ୍ନ ନେବା ଓ ସେବାୟତ ତଥା କର୍ମଚାରୀଙ୍କ ଟିକାକରଣରେ ଡାକ୍ତରୀ ଦଳମାନଙ୍କୁ ସାହାଯ୍ୟ କରିବା ଅନ୍ତର୍ଭୁକ୍ତ କରିବାକୁ ଲେଖି ଜଣାଇଛନ୍ତି । ସେ କହିଛନ୍ତି ଯେ, ଏହି ପରିପ୍ରେକ୍ଷୀରେ ମୁଁ ଅନୁରୋଧ କରୁଛି ଯେ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନର ଏହିପରି ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ରାଜ୍ୟ ସରକାର କରୋନା ଯୋଦ୍ଧା ଭାବରେ ଘୋଣଣା କରନ୍ତୁ।

Leave A Reply

Your email address will not be published.