ଯୁକ୍ତ ଦୁଇ ପରୀକ୍ଷା ମୂଲ୍ୟାଙ୍କନକୁ ନେଇ ଦ୍ବନ୍ଦ

୨୦୨୧-୨୨ ଯୁକ୍ତଦୁଇ ପରୀକ୍ଷା ବାତିଲ ହେବା ପରେ ପରୀକ୍ଷାର୍ଥୀଙ୍କ ମୂଲ୍ୟାଙ୍କନ ନେଇ  ସିଏଚ୍‌ଏସ୍‌ଇ ପକ୍ଷରୁ ୧୪ଜଣିଆ ଏକ୍ସପର୍ଟ କମିଟି ଗଠନ କରାଯାଇଛି । କମିଟିର ପ୍ରଥମ ବୈଠକ ସୋମବାର ଯୁକ୍ତ ଦୁଇ ପରିଷଦ ମୁଖ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ବୈଠକରେ ମୂଲ୍ୟାଙ୍କନର କୌଣସି ନିଷ୍କର୍ସ ବାହାରିପାରିନି। ଦ୍ବିତୀୟ ବୈଠକରେ କୌଣସି ନିଷ୍ପତ୍ତି ଆସିପାରେ ବୋଲି ଆଶା କରାଯାଉଛି । ସୂଚନାନୁଯାୟୀ, ସୋମବାର ବୈଠକରେ ବିଶେଷଜ୍ଞଙ୍କ ମତାମତ ମେଳଖାଇନଥିଲା । ପ୍ରାକ୍ଟିକାଲ ମାର୍କିଂ ଆଧାରକୁ ନେଇ କମିଟି ସହମତ ହୋଇପାରୁନାହିଁ । କରୋନା ଲାଗି ଚଳିତବର୍ଷ ଯୁକ୍ତ ଦୁଇ ପରୀକ୍ଷା ବାତିଲ କରାଯାଇଛି । ମାତ୍ର ପରୀକ୍ଷାର୍ଥୀଙ୍କୁ କିପରି ସାର୍ଟିଫିକେଟ୍ ଦିଆଯିବ ସେଥିଲାଗି ବିଚାରବିମର୍ଶ କରି ପଦକ୍ଷେପ ଗ୍ରହଣ କରିବାକୁ ନିଷ୍ପତ୍ତି ହୋଇଛି । ଏନେଇ ଶିକ୍ଷାପରିଷଦ ପକ୍ଷରୁ ବିଶେଷଜ୍ଞ କମିଟି ଗଠନ କରାଯାଇ ଏହାର ସୁପାରିସ ଆଧାରରେ ମାପଦଣ୍ଡ ନିର୍ଦ୍ଧାରଣ କରିବାକୁ ଚୂଡାନ୍ତ ନିଷ୍ପତ୍ତି ହୋଇଛି । ସେପେଟ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମୂଲ୍ୟାଙ୍କନକୁ ନେଇ ଏକ ପ୍ରକାର ଦ୍ବନ୍ଦ ଦେଖାଦେଇଛି ।

Leave A Reply

Your email address will not be published.