କରୋନାର ୩ୟ ଲହର ଶିଶୁ ଉପରେ ପକାଇ ପାରିବନି ପ୍ରଭାବ

କରୋନାର ୨ୟ ଲହରରେ ପଜିଟିଭ ହାର ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି । କିନ୍ତୁ ଲୋକଙ୍କର ଚିନ୍ତା ଏବେ ୩ୟ ଲହର ଉପରେ । ବିଶେଷଜ୍ଞଙ୍କ କହିବା ଅନୁସାରେ ତୃତୀୟ ଲହର ଶିଶୁଙ୍କ ଉପରେ ପ୍ରଭାବ ପକାଇପାରେ । ଏହି କାରଣରୁ ଅଭିଭାବକମାନଙ୍କର ଚିନ୍ତା ବଢ଼ି ଯାଇଛି । ସ୍ୱାସ୍ଥ୍ୟ ବିଶେଷଜ୍ଞ ଡ. ଭିକେ ପଲ ୩ୟ ଲହରକୁ ନେଇ ଆଶ୍ୱସ୍ତିକର ବୟାନ ଦେଇଛନ୍ତି ।  ଡ. ଭିକେ ପଲ କହିଛନ୍ତି ଏବେ ସୁନିଶ୍ଚିତ ନୁହେଁ ଯେ, କରୋନାର ୩ୟ ଲହର ଶିଶୁଙ୍କୁ ଅଧିକ ପ୍ରଭାବିତ କରିପାର । କାରଣ ପୁରୁଣା ତଥ୍ୟ ଏହାକୁ ସମର୍ଥନ କରେ ନାହିଁ । ସ୍ୱାସ୍ଥ୍ୟ ବିଶେଷଜ୍ଞ କହିବା ଅନୁସାରେ ଯଦି ଶିଶୁମାନଙ୍କର ଅଭିଭାବକ ଓ ସଂପର୍କୀୟଙ୍କୁ ଟିକା ଦିଆଯିବ, ଭାଇରସ ସେମାନଙ୍କ ନିକଟକୁ ପହଂଚିବା ଆଶା କମ ରହିବ । ସେ କହିଛନ୍ତି ଯେ, ଏହା କହିହେବ ନାହିଁ ଯେ, ୩ୟ ଲହର ଦ୍ୱାରା ଶିଶୁମାନେ ଅଧିକ ପ୍ରଭାବିତ ହେବେ । କାରଣ ଏପର୍ଯ୍ୟନ୍ତ ଶିଶୁମାନଙ୍କର ତୁଳନାରେ ବରିଷ୍ଠମାନେ ଅଧିକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।  ଦିଲ୍ଲୀ ଏମ୍‌ସର ନିର୍ଦ୍ଦେଶକ ଡ. ରଣଦୀପ ଗୁଲେରିଆ କହିଛନ୍ତି, କୋଭିଡ-୧୯ର ୩ୟ ଲହର ସମୟରେ ଶିଶୁମାନେ ଅଧିକ ସଂକ୍ରମିତ ହେବେ, ଏହାର ପ୍ରମାଣ ନାହିଁ । କିନ୍ତୁ ଡ. ଭିକେ ପଲଙ୍କ କହିବା ଅନୁସାରେ ଯଦି ବୟସ୍କମାନଙ୍କୁ ଟିକାକରଣ ହୋଇଯିବ, ତା’ହେଲେ ଶିଶୁମାନଙ୍କ ଠାରେ କରୋନା ପହଂଚିବା ଆଶା କମ । 

Leave A Reply

Your email address will not be published.