ଆଜି ୫୮୯୬ ନୂଆ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ବର୍ତ୍ତମାନ କରୋନା ଦୈନିକ ସଂକ୍ରମଣ ସ୍ଥିତିରେ ସୁଧାର ପରିଲକ୍ଷିତ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୫୮୯୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ଓ ଲୋକସମ୍ପର୍କ ବିଭାଗ ଜଣାଇଛି ।  ନୂତନ ସଂକ୍ରମିତଙ୍କ ମଧ୍ୟରେ ୩୩୩୨ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୨୫୬୪ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।  ଆଜି ଅନୁଗୁଳରୁ ୩୮୫, ବାଲେଶ୍ବରରୁ ୩୭୩, ବରଗଡରୁ ୯୯, ଭଦ୍ରକରୁ ୩୭୦, ବଲାଙ୍ଗୀରରୁ ୭୭, ବୌଦ୍ଧରୁ ୭୩, କଟକରୁ ୩୪୯, ଦେବଗଡରୁ ୨୨, ଢେଙ୍କାନାଳରୁ ୩୦୬, ଗଜପତିରୁ ୪୪, ଗଞ୍ଜାମରୁ ୩୫, ଜଗତସିଂହପୁରରୁ ୨୩୨, ଯାଜପୁରରୁ ୪୧୩, ଝାରସୁଗୁଡାରୁ ୫୪, କଳାହାଣ୍ଡିରୁ ୫୩, କନ୍ଧମାଲରୁ ୬୫ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।  ସେହିପରି କେନ୍ଦ୍ରାପଡାରୁ ୨୩୫, କେଉଁଝରରୁ ୧୩୦, ଖୋର୍ଦ୍ଧାରୁ ୮୫୩, କୋରାପୁଟରୁ ୧୨୯, ମାଲକାନଗିରିରୁ ୧୧୬,  ମୟୂରଭଞ୍ଜରୁ ୨୬୧, ନବରଙ୍ଗପୁରରୁ ୧୭୪, ନୟାଗଡ଼ରୁ ୧୭୭, ନୂଆପଡାରୁ ୩୭, ପୁରୀରୁ ୨୪୧, ରାୟଗଡାରୁ ୧୬୬, ସମ୍ବଲପୁରରୁ ୯୨,  ସୋନେପୁରରୁ ୭୭, ସୁନ୍ଦରଗଡରୁ ୧୧୩ ଓ ଷ୍ଟେଟପୁଲରୁ ୧୪୫ ଜଣ ପଜିଟିଭ ରହିଛନ୍ତି ।

Leave A Reply

Your email address will not be published.