କରୋନା ସଙ୍କଟ କାଳରେ ଟିକାକରଣ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଥିବା ବେଳେ ଆଜିଠୁ ରାଜଧାନୀ ଭୁବନେଶ୍ବରରେ ହୋଟେଲ ଏବଂ ରେସ୍ତୋରାଁ କର୍ମଚାରୀଙ୍କୁ ଦିଆଯିବ କରୋନା ଟିକା। ଏନେଇ ବିଏମସି ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ ସୂଚନା ଦେଇଛନ୍ତି । ହୋଟେଲ ଏବଂ ରେସ୍ତୋରାଁ କର୍ମଚାରୀଙ୍କୁ ଟିକା ଦିଆଯିବ ବୋଲି ଏ ନେଇ ରାଜ୍ୟ ହୋଟେଲ ଏବଂ ରେସ୍ତୋରାଁ ସଂଘ ଏକ ତାଲିକା ଦାଖଲ କରିଛି । ତାଲିକା ଅନୁଯାୟୀ କର୍ମଚାରୀଙ୍କୁ ଟିକାକରଣ କରାଯିବ। ପ୍ରଥମ ପର୍ଯ୍ୟାୟରେ ଆସୋସିଏସନର ୫୦୦ କର୍ମଚାରୀଙ୍କୁ ଟିକାକରଣ କରାଯିବ କହିଛନ୍ତି ବିଏମସି ଅତିରିକ୍ତ କମିଶନର । ବିନା ସ୍ଲଟ୍ରେ ସପ୍ତମ ବାଟଲିୟନ ହାଇସ୍କୁଲ ଗ୍ରାଉଣ୍ଡରେ ଏହି ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇଛି।