ତୃତୀୟ ଲହର ଚିନ୍ତା, ଶିଶୁଙ୍କ ଉପରେ ପଡିପାରେ ପ୍ରଭାବ

ରାଜ୍ୟରେ କରୋନାର ଦ୍ବିତୀୟ ଲହର କ୍ରମାଗତ ଭାବେ କମୁଥିବା ଲକ୍ଷ୍ୟ କରାଯାଉଛି କିନ୍ତୁ ତୃତୀୟ ଲହରର ପ୍ରଭାବ ଏବେଠାରୁ ଅନୁମେୟ । ଆସନ୍ତା ସେପ୍ଟେମ୍ବର-ଅକ୍ଟୋବରକୁ ତୃତୀୟ ଲହର ଆସିପାରେ । କରୋନାର ପ୍ରଥମ ଲହର ବୟସ୍କ, ଦ୍ୱିତୀୟ ଲହର ଯୁବବର୍ଗ ଓ ସମ୍ଭାବ୍ୟ ତୃତୀୟ ଲହରରେ ଶିଶୁମାନେ ଅଧିକ ପ୍ରଭାବିତ ହେବାର ଆଶଙ୍କା ରହିଥିବା ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି । ସେ କହିଛନ୍ତି ଯେ, ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ସେପ୍ଟେମ୍ବର-ଅକ୍ଟୋବରକୁ ତୃତୀୟ ଲହର ଆସିପାରେ । ତୃତୀୟ ଲହରରେ ଶିଶୁମାନେ ଅଧିକ ପ୍ରଭାବିତ ହେବାର ଆଶଙ୍କା ରହିଛି । ଛୁଆଙ୍କ ଚିକିତ୍ସା ଅନ୍ୟ ରୋଗୀଙ୍କ ଠାରୁ ଭିନ୍ନ ଥିବାରୁ ଅଧିକ ଗୁରୁତ୍ୱ ଦିଆଯିବ । ତୃତୀୟ ଲହର ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏବେଠୁ ଡାକ୍ତରଙ୍କୁ ପ୍ରଶିକ୍ଷଣ ଦିଆଯାଉଛି । ଶିଶୁଙ୍କ ପାଇଁ ଜେନେରାଲ ଓ ଆଇସିୟୁ ବେଡ ପ୍ରସ୍ତୁତ ରହିଛି । ତେବେ ବର୍ତ୍ତମାନ ଯେଉଁ ଜିଲ୍ଲାରେ ପଜିଟିଭି ହାର ୫ ପ୍ରତିଶତରୁ କମ୍ ସେଠାରେ ଅନଲକ ନେଇ ବିଚାରବିମର୍ଶ କରାଯାଉଛି ବୋଲି ବିଜୟ ମହାପାତ୍ର କହିଛନ୍ତି । ସେପଟେ ଦିଲ୍ଲୀ ଏମସ ନିର୍ଦ୍ଦେଶକ କହିଛନ୍ତି ଶିଶୁ ବିଶେଷ ପ୍ରଭାବିତ ହେବେ ନାହିଁ ।

Leave A Reply

Your email address will not be published.