ଆଜି ଚିହ୍ନଟ ହେଲେ ୬୦୧୯ ନୂଆ କରୋନା ପଜିଟିଭ୍

ରାଜ୍ୟରେ ଗତକାଲିଠାରୁ କରୋନା ସଂକ୍ରମିତଙ୍କ ସଂଖ୍ୟା ସାମାନ୍ୟ ବଢିଥିବା ଜଣାପଡିଛି। ଗତ ୨୪ ଘଣ୍ଟାରେ ୬୦୧୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ଜଣାଇଛି ।  ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୩୯୭ ଜଣ କ୍ବାରେଣ୍ଟାଇନ ସେଣ୍ଟରର ରହିଥିବାବେଳେ ୨୬୨୨ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଆଜି ଅନୁଗୁଳରୁ ୩୩୫, ବାଲେଶ୍ୱର: ୨୮୬, ବରଗଡରୁ ୧୨୨, ଭଦ୍ରକରୁ ୨୬୨, ବଲାଙ୍ଗୀରରୁ ୬୬, ବୌଦ୍ଧରୁ ୭୯, କଟକରୁ ୫୩୧, ଦେବଗଡ଼ରୁ ୨୪, ଢେଙ୍କାନାଳରୁ ୨୯୧, ଗଜପତିରୁ ୩୪, ଗଞ୍ଜାମରୁ ୭୩, ଜଗତସିଂହପୁରରୁ ୧୯୬, ଯାଜପୁରରୁ ୪୦୬, ଝାରସୁଗୁଡ଼ାରୁ ୪୧, କଳାହାଣ୍ଡିରୁ ୭୦, କନ୍ଧମାଳରୁ ୭୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି କେନ୍ଦ୍ରାପଡାରୁ ୨୧୮, କେନ୍ଦୁଝରରୁ ୧୨୦, ଖୋର୍ଦ୍ଧାରୁ ୭୯୬, କୋରାପୁଟରୁ ୧୪୨, ମାଲକାନଗିରିରୁ ୮୫, ମୟୂରଭଞ୍ଜରୁ ୩୩୩, ନବରଙ୍ଗପୁରରୁ ୧୫୧, ନୟାଗଡ଼ରୁ ୧୯୧, ନୂଆପଡାରୁ ୨୩, ପୁରୀରୁ ୩୨୪,  ରାୟଗଡ଼ାରୁ ୧୦୮, ସମ୍ବଲପୁରରୁ ୧୩୧, ସୋନପୁରରୁ ୬୫, ସୁନ୍ଦରଗଡରୁ ୨୮୩ ଓ ରାଜ୍ୟ ପୁଲରୁ ୧୫୭ ସଂକ୍ରମିତ ରହିଛନ୍ତି । ଆଜିର ନୂତନ ସଂକ୍ରମିତଙ୍କୁ ମିଶାଇ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୩୧୧୨୯କୁ ବୃଦ୍ଧି ପାଇଛି । ସେପଟେ ୭୫୬୬୪୧ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୭୧୩୧୨ ଜଣ ବିଭିନ୍ନ ଚିକିତ୍ସାଳୟରେ ଚିକିତ୍ସାଧୀନ ରହିଛନ୍ତି । ଏବେ ସୁଦ୍ଧା ୧୨୩୮୭୯୬୮ଟି କରୋନା ପରୀକ୍ଷା ପାଇଁ ନମୁନା ସଂଗ୍ରହ ହୋଇସାରିଲାଣି ।

Leave A Reply

Your email address will not be published.