ଦୁର୍ଘଟଣା ନେଇଗଲା ସ୍ବାମୀ ଓ ସ୍ତ୍ରୀଙ୍କ ଜୀବନ

ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଚାରିଛକରେ ଦୁର୍ଘଟଣା ସ୍ବାମୀ ଓ ସ୍ତ୍ରୀଙ୍କ ମୃତ୍ୟୁ ଘଟିଛି । ରାସ୍ତା ଯିବା ସମୟରେ ଗାଡି ଭାରସାମ୍ୟ ହରାଇ ଗାଡି ପିଟି ହୋଇଛି । ଘଟଣାସ୍ଥଳରେ ସ୍ୱାମୀ ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିବାବେଳେ ୩ ଜଣ ଗୁରୁତର ହୋଇଛନ୍ତି । ମୃତକ ହେଲେ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ମନ୍ଦାର ଗାଁର ସୁରେନ୍ଦ୍ର ନାଏକ ଓ ତାଙ୍କ ପତ୍ନୀ । ମିଳିଥିବା ସୂଚନାନୁସାରେ, ରାଉରକେଲାରେ ରହୁଥିବା ନିଜ ପିତାଙ୍କ ସ୍ୱାସ୍ଥ୍ୟ ଗୁରୁତର ଥିବା ଖବର ପାଇ ସୁରେନ୍ଦ୍ର ତାଙ୍କ ପତ୍ନୀ ଓ ସମ୍ପର୍କୀୟଙ୍କ ସହ ମଙ୍ଗଳବାର ରାତିରେ ନିଜ ଘରୁ ଏକ କାର ଯୋଗେ ରାଉରକେଲା ଯାଉଥିଲେ । ସକାଳ ସମୟରେ କାର୍ ଭାରସାମ୍ୟ ହରାଇ ଚାରିଛକ ନିକଟରେ ଗଛରେ ପିଟି ହୋଇଥିଲା । ଉଭୟ ଦମ୍ପତିଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ୩ ଜଣ ଗୁରୁତର ହୋଇଛନ୍ତି । ଖବର ପାଇ ଚାରିଛକ ସ୍ଥିତ ହରଭଙ୍ଗା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପୁରୁଣାକଟକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Leave A Reply

Your email address will not be published.