ନବମ ଶ୍ରେଣୀ ଛାତ୍ରୀଙ୍କୁ ଛୁରାମାଡ

fulbani poura parisada

ବାଲେଶ୍ବର ଜିଲ୍ଲାର ସୋର ଅଞ୍ଚଳର ଟ୍ୟୁସନ କ୍ଲାସରେ ଯିବା ସମୟରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଧାରୁଆ ଛୁରୀରେ ଆକ୍ରମଣ ଅଭିଯୋଗ ହୋଇଛି । ଅଭିଯୁକ୍ତର ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ। ନାବାଳିକାକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଓ ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି। ଖବର ଅନୁଯାୟୀ, ଅଭିଯୁକ୍ତ ନବମ ଶ୍ରେଣୀରେ ପଢୁଥିବା ଛାତ୍ରୀଙ୍କୁ ତାଙ୍କ ପ୍ରପୋଜ୍ କରିଥିଲା କିନ୍ତୁ ଝିଅ ଜଣକ ପ୍ରତ୍ୟାଖ୍ୟାନ କରିଥିଲେ । ପୂର୍ବରୁ ପୀଡିତାଙ୍କ ପରିବାର ଝିଅକୁ ହଇରାଣ ନକରିବାକୁ ଯୁବକଙ୍କୁ ତାଗିଦ କରିଥିଲେ। ତେବେ ଏଥିରେ କ୍ରୋଧିତ ଯୁବକ ଉତ୍ତ୍ୟକ୍ତ ହୋଇ ଆଜି ତୀକ୍ଷ୍ଣ ଛୁରୀରେ ଝିଅକୁ ଆକ୍ରମଣ କରିଥିଲେ। ଝିଅଟିର ଚିତ୍କାର ଶୁଣି ସ୍ଥାନୀୟ ଲୋକମାନେ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ। ତେବେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

057 code kasam
Leave A Reply

Your email address will not be published.