ଲକଡାଉନ ହେଉକି ସଟଡାଉନ ଔଷଧ ଦୋକାନ ଭଳି ରାଜ୍ୟରେ ସବୁ ସମୟରେ କୃଷି ସାମଗ୍ରୀ ଦୋକାନ ଖୋଲା ରହିପାରିବ। ଏବେ ଚାଷ ଋତୁ ଆରମ୍ଭ ହୋଇଯାଇଥିବାରୁ ଏଭଳି ପଦକ୍ଷେପ ନିଆଯାଇଥିବା ନେଇ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ବିହନ, ସାର, ଔଷଧ, କୃଷି ଯନ୍ତ୍ରାଂଶ ଦୋକାନଗୁଡ଼ିକ ପାଇଁ ଆଉ କଟକଣା ରହିବ ନାହିଁ । ଯେଉଁ ସମୟରେ ବି ଏହି ଦୋକାନ ଖୋଲିପାରିବ । ସୂଚନାଯୋଗ୍ୟଯେ, କରୋନା ସଂକ୍ରମଣ ରୋକିବା ପାଇଁ ସାରା ରାଜ୍ୟରେ ଲକଡାଉନ ଆସନ୍ତା ଜୁନ ୧୭ ପର୍ଯ୍ୟନ୍ତ ଜାରି ରହିବ । ଲକଡାଉନ ବେଳେ କେବଳ ରାସନ, ପରିବା ଓ ମାଛ ମାଂସ ଦୋକାନ ୧୧ଟା ପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ଦିଆଯାଇଛି । ଅନ୍ୟ ସବୁ ଦୋକାନ ବନ୍ଦ ରହିଛି । କିନ୍ତୁ କୃଷିଜାତ ସାମଗ୍ରୀ ଦୋକାନ ସବୁବେଳେ ଖୋଲା ରହିବ ବୋଲି କୁହାଯାଇଛି ।