ଆନ୍ଧ୍ର ଓଡିଶା ସୀମାନ୍ତ ଚେକିଂ ପଏଣ୍ଟ ଗସ୍ତ କରି ସ୍ଥିତି ଅନୁଧ୍ୟାନ କଲେ ରାୟଗଡ ଜିଲ୍ଲାପାଳ

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆନ୍ଧ୍ର ଓଡିଶା ସୀମାନ୍ତ କେରଡା ଚେକିଂ ପଏଣ୍ଟ ଦେଇ ଆନ୍ଧ୍ର ଫେରନ୍ତା ରାଜ୍ୟକୁ ଫେରୁଥିବା ଯାତ୍ରୀମାନଙ୍କୁ କଡାକଡି ଯାଞ୍ଚ କରିଛନ୍ତି ରାୟଗଡ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର । ସେଠାରେ ନିୟୋଜିତ ପୋଲିସ କର୍ମଚାରୀ, ପରିବହନ କର୍ମଚାରୀ, ଶିକ୍ଷକ ଆଦିଙ୍କ ସହିତ ବିଭିନ୍ନ ସମସ୍ୟା ସମ୍ବନ୍ଧରେ ଆଲୋଚନା କରିଛନ୍ତି ଓ ବାହାର ରାଜ୍ୟରୁ ଆସୁଥିବା ଯାତ୍ରୀଙ୍କୁ ୧୪ ଦିନ ସାଙ୍ଗରୋଧକୁ ପଠାଇବେ ବୋଲି ଜିଲ୍ଲାପାଳ ଶ୍ରୀ ମିଶ୍ର କହିଛନ୍ତି । ଏହି ଗସ୍ତ ସମୟରେ ରାସ୍ତଗଲାବେଳେ ଜିଲ୍ଲାପାଳ ଶ୍ରୀ ମିଶ୍ର ଲୋକମାନଙ୍କୁ ମାସ୍କ ବ୍ୟବହାର, ସାମାଜିକ ଦୂରତା ବଜାୟ ରଖିବା ଉପରେ ସଚେତନ କରି କୋରନା ଠାରୁ ଦୂରେଇ ରଖାଯିବା ନେଇ ସଚେତନତା କରିଥିଲେ ।  ଆଜି ୬,୦୯୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଓ ଲୋକସମ୍ପର୍କ ବିଭାଗ ଜଣାଇଛି । ନୂତନ ସଂକ୍ରମିତଙ୍କ ମଧ୍ୟରୁ ୩୪୪୬ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ରହିଥିବାବେଳେ ୨୬୫୧ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ତେବେ ଏହାରି ମଧ୍ୟରେ ରାୟଗଡ଼ାରୁ ୧୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । 

Umasankar Adv
Leave A Reply

Your email address will not be published.